କନକ ବ୍ୟୁରୋ : ରାଜସ୍ଥାନ ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ବଡ଼ ଅଘଟଣ । ନିଆଁ ଲାଗି ଚାଲିଗଲା ୬ଜଣ ରୋଗୀଙ୍କ ଜୀବନ । ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ରବିବାର ବିଳମ୍ବିତ ରାତିରେ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଶୀଘ୍ର ବ୍ୟାପି ଯାଇଥିଲା, ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ । ନିଆଁର ପ୍ରକୋପ ଦେଖି, ୱାର୍ଡ ବାହାରେ ଥିବା ହସ୍ପିଟାଲ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟମାନେ ତୁରନ୍ତ କାର୍ୟ୍ୟରେ ଲାଗି ପଡ଼ି ରୋଗୀମାନଙ୍କୁ ସେମାନଙ୍କ ବେଡ୍ ସହିତ ବାହାର କରିବାକୁ ଲାଗିଲେ । ଘଟଣା ପରେ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।
ରାଜସ୍ଥାନ ଜୟପୁର ସ୍ଥିତ ହସ୍ପିଟାଲରେ ବଡ଼ ଅଘଟଣ ; ଅଗ୍ନିକାଣ୍ଡରେ ଚାଲିଗଲା ୬ଜଣ ରୋଗୀଙ୍କ ଜୀବନ
ରବିବାର ବିଳମ୍ବିତ ରାତିରେ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଶୀଘ୍ର ବ୍ୟାପି ଯାଇଥିଲା, ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା ।
/kanak/media/media_files/2025/10/06/rajastan-2025-10-06-11-25-51.jpeg)