କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ଦେଓରଂଜନ ସିଂଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ମିଳିଛି । ସତ୍ୟବ୍ରତ ସାହୁଙ୍କୁ ମେମ୍ବର, ବୋର୍ଡ ଅଫ୍ ରେଭିନ୍ୟୁ । ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ଦାୟିତ୍ୱ ନେଲେ ଭାଷ୍ମର ଜ୍ୟୋତି ଶର୍ମା । ହେମନ୍ତ ଶର୍ମାଙ୍କୁ ଗୃହ ସଚିବ ଦାୟିତ୍ୱ । ଜଳ ସମ୍ପଦ ବିଭାଗର ସଚିବ ଭାବେ ଶୁଭା ଶର୍ମାଙ୍କୁ ଦାୟିତ୍ୱ । ଓସଡମାର ପରିଚାଳନା ନିର୍ଦ୍ଦେଶକ ହେଲେ ରାଜେଶ ପ୍ରଭାକର ପାଟିଲ । ମଧୁମିତ ରଥଙ୍କୁ ନୟାଗଡ଼ ଜିଲ୍ଲାପାଳ ଦାୟିତ୍ୱ । ଗଜପତି ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲଙ୍କୁ ଦାୟିତ୍ୱ । 

Advertisment