କନକ ବ୍ୟୁରୋ : ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଅଭିଯୁକ୍ତ ଯୁବକଙ୍କ ସାଂଘାତିକ ଅଭିଯୋଗ । ଗିରଫ ଅଭିଯୁକ୍ତ କହିଛନ୍ତି, ରାତିରେ କାର ଭିତରେ ଅଙ୍କିତା ପ୍ରଧାନ ମିଡିଲ ଫିଙ୍ଗର ଦେଖାଇଥିଲେ । ଆଉ ଗାଳି ଦେବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ସେମାନଙ୍କ କୌଣସି ଭୁଲ ନାହିଁ । ସେମାନଙ୍କୁ ବିନା ଦୋଷରେ ଗିରଫ କରାଯାଇଛି ବୋଲି କହିଛନ୍ତି ଗିରଫ ୭ ଯୁବକ ।

Advertisment

ଆଜି ଗିରଫ ପରେ ଘଟଣା ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଏହି ଯୁବକ ।ଘଟଣାକୁ ନେଇ ଭରତପୁର ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ଏକ ମାମଲା କରାଯାଇଥିଲା । ଆଉ ଏହି ମାମଲାରେ ୭ ଛାତ୍ରଙ୍କୁ ଗିରଫ କରାଯାଇଛି । ଗୋଟିଏ ଗାଡ଼ି ଓ ୧୧ଟି ମୋବାଇଲ୍‌ ଜବତ କରାଯାଇଛି । ପୁଲିସ କହିଛି ଗୋଟିଏ ଭିଡିଓ ଓ ଅଡିଓ କ୍ଲିପ୍‌ ପାଇଛୁ । ସେ ସବୁକୁ ଯାଞ୍ଚ କରାଯାଉଛି । ମାମଲାର ଏବେ ତଦନ୍ତ ଚାଲିଛି ।

ଘଟଣାରେ ଯାଂଚକୁ ସବୁ ଦିଗରୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ପ୍ରଶ୍ନ ଉଠୁଛି, ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଭାରତପୁର ଥାନାରେ ହୋଇଥିବା ନିର୍ୟାତନାରେ କାର୍ଯ୍ୟାନୁଷ୍ଠାନ କେବେ ହେବ?