ରାଜ୍ୟରେ ବଡ଼ ବନ୍ୟା; ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଙ୍କେତ ଉପରେ ଜଳକା

Advertisment

ସୁବର୍ଣ୍ଣରେଖାରେ ଚଳିତବର୍ଷ ପଞ୍ଚମ ଥର ପାଇଁ ଆସିଛି ବଡ଼ ବନ୍ୟା। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ଫଳରେ ବାଲେଶ୍ବର ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ।

ସୁବର୍ଣ୍ଣରେଖାରେ ଚଳିତବର୍ଷ ପଞ୍ଚମ ଥର ପାଇଁ ଆସିଛି ବଡ଼ ବନ୍ୟା। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ଫଳରେ ବାଲେଶ୍ବର ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ।

flood odisha

flood odisha Photograph: (KANAK NEWS)

କନକ ବ୍ୟୁରୋ: ରାଜ୍ୟରେ ବଡ଼ ବନ୍ୟା। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀର ଜଳସ୍ତର। ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଥିବା ବେଳେ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ନଈକୂଳିଆ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

  • ଫୁଲୁଛି ସୁବର୍ଣ୍ଣରେଖା
  • ବିପଦ ସଙ୍କେତ ଉପରେ ଜଳକା 
  • ବୈତରଣୀରେ ଟଳିନି ବିପଦ 

ସୁବର୍ଣ୍ଣରେଖାରେ ଚଳିତବର୍ଷ ପଞ୍ଚମ ଥର ପାଇଁ ଆସିଛି ବଡ଼ ବନ୍ୟା। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ଫଳରେ ବାଲେଶ୍ବର ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ। ରାସ୍ତାଘାଟ ପାଣିରେ ବୁଡ଼ିଯାଇଛି। ଚାଷ ଜମିରେ ମାଡ଼ିଯାଇଛି ବନ୍ୟା ପାଣି। ଧାନ ଚାଷ ଓ ପନିପରିବା ଫସଲ ଯାହା ଲଗାଇଥିଲେ, ସବୁ ନଷ୍ଟ ହୋଇଯାଇଛି। 

ସେପଟେ ଭଦ୍ରକ ଓ ଯାଜପୁରରେ ସୁଧୁରୁଛି ବନ୍ୟା ସ୍ଥିତି। ବୈତରଣୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କୁଆଖିଆ-ଆଖଣ୍ଡଳମଣି ୨୦ ନମ୍ବର ଜାତୀୟ ରାଜପଥ ବୁଡ଼ିବା ପରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ବନ୍ୟା ବିଭୀଷିକାରୁ ବାଦ୍ ପଡିନାହାନ୍ତି ଦେବାଦେବୀ। ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ବେଢାରେ ପଶିଛି ବନ୍ୟା ପାଣି। ଯଦି ମହାନଦୀରେ ଆହୁରି ପାଣି ବଢେ, ତେବେ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେହିପରି ପାଣିରେ ବୁଡ଼ିଛି ଯାଜପୁର ସହରରେ ଥିବା ସପ୍ତମାତୃକା ମନ୍ଦିର। ବନ୍ୟା ସ୍ଥିତିର ସମୀକ୍ଷା କରି ଏସଆରସି କହିଛନ୍ତି, ବନ୍ୟାରେ ୬ଟି ଜିଲ୍ଲା ପ୍ରଭାବିତ ହୋଇଛି। ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ଏଭଳି ମୋଟ ୮୬ଟି ଟିମ୍ ନିୟୋଜିତ ହୋଇଛନ୍ତି। ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ବରରେ ରହି ବନ୍ୟା ପରିଚାଳନା କରୁଛନ୍ତି। 

ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କେଉଁ ନଦୀର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe