କନକବ୍ୟୁରୋ  : ଆଜି ବିଜ୍ଞାନ ପରୀକ୍ଷା ଦେଇଛନ୍ତି  ଦଶମ ଛାତ୍ରଛାତ୍ରୀ । ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାରେ ଆଜି ବିଜ୍ଞାନ ବିଷୟ ରହିଥିଲା । କପି ରୋକିବାକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ସୁପରିଚାଳନା ଲାଗି ଏଥର ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । 

Advertisment

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଥର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି  ।  ଚଳିତ ବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।  ।  ପ୍ରଶ୍ନପତ୍ର ଲିକ୍ ରୋକିବା ନିମନ୍ତେ ବିଶେଷ ଧ୍ୟାନ ଦିଆଯାଇଛି ।  ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋଡ୍ ବ୍ୟବସ୍ଥା କରାଯାଇଛି ।  ଫଳରେ ପ୍ରଶ୍ନପତ୍ର ଭାଇରାଲ ହେଲେ ଏହା କେଉଁ ସେଣ୍ଟରରୁ ଲିକ୍ ହୋଇଛି ତାହା ଜଣାପଡ଼ିଯିବ । କିନ୍ତୁ ଏତେ ପରେ ମଧ୍ୟ ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ବଡ଼ ତ୍ରୁଟି ଥିବା ସାମ୍ନାକୁ ଆସିଛି ।  ଆଜି ପରୀକ୍ଷା ହୋଇଥିବା ସୋସିଆଲ ସାଇନ୍ସରେ ରହିଛି ତ୍ରୁଟି  ।

 ୫୦ ମାର୍କ ବଦଳରେ ୪୬ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ‘ସି’ ସେଟରେ ୨ଟି ବର୍ଣ୍ଣନାତ୍ମକ ପ୍ରଶ୍ନରୁ ଗୋଟିଏ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇ । ପ୍ରଶ୍ନପତ୍ର ତ୍ରୁଟି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି । ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ରହିଥିବା ସ୍ବୀକାର କରିଛନ୍ତି ।  ‘ସି’ ସେଟ୍ ପ୍ରଶ୍ନ ପତ୍ରରେ ୪ ମାର୍କ ମିସିଂ ରହିଛି । ତେବେ ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ ବୋଲି ବୋର୍ଡ ସଭାପତି କହିଛନ୍ତି । ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି ।