କନକ ବ୍ୟୁରୋ: ଝାରଖଣ୍ଡରେ ବଡ ମାଓ ଏନକାଉଣ୍ଟର, କେନ୍ଦ୍ରୀୟ କମିଟି ସଦସ୍ୟ ସମେତ ୩ ନକ୍ସଲଙ୍କ ଗଡ଼ିଲା ମୁଣ୍ଡ । ମୃତ ମାଓବାଦୀଙ୍କ ମଧ୍ୟରେ ରହିଛି ଟପ୍ ମାଓନେତା ସହଦେବ ସୋରେନ୍ ଓ ଚଞ୍ଚଲ । ସହଦେବ ନାଁରେ ୧ କୋଟି, ଚଞ୍ଚଲଙ୍କ ନାଁରେ ୨୫ ଲକ୍ଷ ପୁରସ୍କାର ରାଶି ରହିଥିଲା। ଘଟଣାସ୍ଥଳରୁ ୩ଟି ଏକେ୪୭ ବନ୍ଧୁକ ଜବତ ହୋଇଛି । ୨୦୯ କୋବ୍ରା ଯବାନଙ୍କ ପକ୍ଷରୁ ଏବେ ବି ଅପରେଶନ ଜାରି ରହିଛି ।
ରାଉଲକେଲା ଝାଡଖଣ୍ଡରେ ଚାଲିଥିବା ନକ୍ସଲ ଅପରେସନରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ହଜାରିବାଗ ପୁଲିସ ଏବଂ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ରବିବାର ମଧ୍ୟରାତ୍ରୀରେ ହଜାରିବାଗର ଗୋରହର ଠାରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆରପିଏଫ ଯବାନଙ୍କ ଦ୍ଵାରା କୁମ୍ବିଂ ଅପରେସନ ଆରମ୍ଭ କରା ଯାଇଥିଲା। ଏହି ସମୟରେ ପୁଲିସକୁ ଦେଖି ମାଓବାଦୀ ମାନେ ଗୁଳି ଚଳାଇ ଥିଲେ। ପ୍ରାୟ ଗୋଟିଏ ଘଂଟା ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ହେବାପରେ ପରେ ପୁଲିସ ଗୁଳିରେ ତିନି ଜଣ ମାଓବାଦୀ ନିହତ ହେଇଛି। ନିହତ ହେଇଥିବା ସମସ୍ତ ନକ୍ସଲ ସିପିଆଇ ମାଓବାଦୀ ସଙ୍ଗଠନର ସଦସ୍ୟ ଥିଲେ ।