phillipines Photograph: (KanakNews)
କନକ ବ୍ୟୁରୋ : ଦୋହଲିଗଲା ଫିଲିପାଇନ୍ସ । ଅଧା ରାତିରେ କମ୍ପିଲା, ନେଇଗଲା ୭୦ ରୁ ଅଧିକ ଜୀବନ । ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୧୫୦ ରୁ ଅଧିକ ରହିଥିବା ଜଣାପଡ଼ିଛି । ତେବେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଆହତ ତଥା ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସିବୁ ପ୍ରଦେଶର ବୋଗୋ ସହର ତଟରୁ ୧୯ କିଲୋମିଟର ଦୂରରେ ରହିଛି । ଏହାର ଗଭୀରତା ୫ ରୁ ୧୦ କିଲୋମିଟର ମଧ୍ୟରେ ଥିବାରୁ ପ୍ରଭାବ ଅଧିକ ରହିଛି । ତେବେ ଏହି ଅଞ୍ଚଳଟି ରିଙ୍ଗ୍ ଅଫ୍ ଫାୟାରରେ ଅବସ୍ଥିତ ଥିବାରୁ ଏଠାରେ ଭୂମିକମ୍ପର ଆଶଙ୍କା ସର୍ବଦା ରହିଥାଏ । ଭୂମିକମ୍ପ ପ୍ରଭାବରେ ସହରରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି । ରାଷ୍ଟ୍ରପତି ଫେର୍ଡିନାଣ୍ଡ ମାର୍କୋସ୍ ଜୁନିୟର୍ ଦେଶବାସୀଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଚଳିତବର୍ଷର ଏହା ସବୁଠାରୁ ବିନାଶକାରୀ ଭୂମିକମ୍ପ ବୋଲି କୁହାଯାଉଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ସୁନାମୀର କୌଣସି ଆଶଙ୍କା ଦେଖା ଦେଇନି ତଥାପି ସରକାର ସତର୍କ ସୂଚନା ଜାରି କରିଛନ୍ତି ।
କମ୍ପିଲା ଫିଲିପାଇନ୍ସ, ଗଲା ୭୦ ଜୀବନ
୧୫୦ ଟପିଲା ଆହତଙ୍କ ସଂଖ୍ୟା
ରିକ୍ଟର ସ୍କେଲ୍ରେ ୬.୯ ତୀବ୍ରତା
କେନ୍ଦ୍ରସ୍ଥଳ ବୋଗୋ ସହର ତଟରୁ ୧୯ କିଲୋମିଟର ଦୂର
ରିଙ୍ଗ୍ସ ଅଫ୍ ଫାୟାର ପାଇଁ ଭୂମିକମ୍ପ
ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ
ଅନେକ ଘର ତଥା କାର୍ଯ୍ୟାଳୟ ଧସିଯାଇଛି
ବ୍ରିଜ୍ ଭାଙ୍ଗିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି
ପାଣି ଯୋଗାଣ ବ୍ୟବସ୍ଥା ବିଚ୍ଛିନ୍ନ, ଲୋକେ ହଇରାଣ
Follow Us