ଦିଲ୍ଲୀରେ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ, ୨୬୨ କୋଟି ମୂଲ୍ୟର ମାଦକ ଦ୍ରବ୍ୟ ଜବତ କଲା ଏନସିବି

ପରେ ତଥ୍ୟ ଆଧାରରେ  ଲଗାତାର ୩ ଦିନ ଧରି ରେଡ ପରେ  ବେଳେ ଏତେ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଏହାସହ ଅନ୍ତର୍ଜାତୀୟ ସ୍ତରରେ ସକ୍ରିୟ ଥିବା ସିନ୍ଥେଟିକ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି ।

DELHI

କନକ ବ୍ୟୁରୋ :  ଦିଲ୍ଲୀରେ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ, ଏନସିବି ଦିଲ୍ଲୀରେ ବଡ ରେଡ କରି ୨୬୨ କୋଟିରୁ ଅଧିକ ଟଙ୍କାର ଟଙ୍କାର ଡ୍ରଗ୍ସ ଧରିଛି । ପ୍ରଥମେ ଏକ ଫାର୍ମହାଉସରେ ଚଢାଉ ହୋଇଥିଲା । ପରେ ତଥ୍ୟ ଆଧାରରେ  ଲଗାତାର ୩ ଦିନ ଧରି ରେଡ ପରେ  ବେଳେ ଏତେ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଏହାସହ ଅନ୍ତର୍ଜାତୀୟ ସ୍ତରରେ ସକ୍ରିୟ ଥିବା ସିନ୍ଥେଟିକ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ଏହି ପୁରା ନେଟୱର୍କ ବିଦେଶ ଅପରେଟରଙ୍କ ନିର୍ଦ୍ଦେଶରେ କାମ କରୁଥିଲା । ଫାର୍ମହାଉସରେ ଚଢାଉ ପରେ ଦିଲ୍ଲୀ-ଏନସିଆରରେ ଅନେକ ଠିକଣାରେ ଚଢାଉ ହୋଇଥିଲା ଓ ସନ୍ଦିଗ୍ଧଙ୍କ ଗତିବିଧିକୁ ଟ୍ରାକ କରାଯାଇଥିଲା ।

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ନାବାଳିକା

ଏହି ଅପରେସନବେଳେ ଏନସିବି ଶେନ ବାରିସ ନାମକ ଜଣେ ଯୁବକଙ୍କୁ ବି ଗିରଫ କରିଛି । ଉତ୍ତରପ୍ରଦେଶର ଏହି ବାସିନ୍ଦା ଦିଲ୍ଲୀର ନୋଏଡାରେ ରହୁଥିଲେ ଓ ଦୀର୍ଘଦିନ ଧରି ଏହି ରାକେଟ ଚଳାଉଥିଲେ । ଏକ କମ୍ପାନୀର ସେଲସ ମ୍ୟାନେଜର ଭାବେ ସେ କାମ କରୁଥିଲେ । ଯାଂଚବେଳେ ଜଣାପଡିଛି,  ଲୋକେସନ ଟ୍ରାକ ନ କରିବାକୁ ସେ ଫେକ ସିମ କାର୍ଡ ଓ ଗୁପ୍ତ ହ୍ବାଟସଅପ ଚାଟ କରୁଥିଲେ । ପଚରାଉଚରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଶେନ ବାରିସ ଜଣେ ମହିଳା ଏଷ୍ଟର କମିନିଙ୍କ ନାଁ ବି ନେଇଛି ।  ସଂପୃକ୍ତ ମହିଳାଙ୍କ ସମ୍ପର୍କରେ ବି ସବିଶେଷ ତଥ୍ୟ ସେ ଦେଇଛି ।  ଏହି ଡ୍ରଗ୍ସ କାରବାରର ବିଦେଶୀ ଲିଙ୍କ୍ ଥିବା ବି ଜଣାପଡିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଢାଉ କରିଥିବା ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାର ନେଟୱର୍କ କେଉଁ କେଉଁ ଅଂଚଳକୁ  ବ୍ୟାପିଛି, ସେ ନେଇ ଖୋଳତାଡ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe