କନକ ବ୍ୟୁରୋ: ସୁଦାନରେ ବଡ଼ଧରଣର ଆକ୍ରମଣ । ଦାଫୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ହୋଇଛି ଡ୍ରୋନ ଆକ୍ରମଣ । ଏହି ଘଟଣାରେ ଏବେ ସୁଦ୍ଧା ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବିଦ୍ରୋହୀ ସଂଗଠନ ଆରଏସଏଫ । ସୁଦାନର ଏହା ଏକମାତ୍ର ହସ୍ପିଟାଲ ଯେଉଁଠି ସୂଚାରୂ ଭାବେ ଚିକିତ୍ସା କରାଯାଏ ଏବଂ ଅଧିକାଂଶ ଲୋକ ଏହା ଉପରେ ନିର୍ଭରଶୀଳ । ଆକ୍ରମଣ ସମୟରେ ଶତାଧିକ ରୋଗୀ ଓ ସେମାନଙ୍କ ସର୍ମ୍ପକୀୟ ଉପସ୍ଥିତ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ୨୦୧୯ ମସିହାରୁ ଦେଶରୁ ସରକାର ହଟାଇବା ପାଇଁ ବିଦ୍ରୋହ ତେଜିଛି । ସୁଦାନ ସେନା ଓ ରାଷ୍ଟ୍ରପତି ଜନରଲ ଅବଦେଲ ଫତହ ବୁରହାନ ବିରୋଧରେ ଲଢ଼େଇ ଜାରି ରଖିଛି ବିଦ୍ରୋହୀ ସଂଗଠନ ରାପିଡ ସପୋର୍ଟ ଫୋର୍ସେଜ।
ସୁଦାନରେ ବଡ଼ଧରଣର ଡ୍ରୋନ ଆକ୍ରମଣ: ହସ୍ପିଟାଲ ଉପରେ ଆକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ
ସୁଦାନରେ ବଡ଼ଧରଣର ଆକ୍ରମଣ । ଦାଫୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ହୋଇଛି ଡ୍ରୋନ ଆକ୍ରମଣ । ଏହି ଘଟଣାରେ ଏବେ ସୁଦ୍ଧା ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବିଦ୍ରୋହୀ ସଂଗଠନ ଆରଏସଏଫ ।
/kanak/media/media_files/2025/01/26/t5xzRlClPkqKhs0HHHYD.jpg)