କନକ ବ୍ୟୁରୋ : ଅର୍ପଣ ଚାଉଳକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ - ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

Advertisment

ସେ କହିଛନ୍ତି ଯାହା ମହାପ୍ରସାଦ ପାଇଁ ଉପଯୋଗୀ ଚାଉଳ ନୁହେଁ, ତାହାକୁ ଟେଣ୍ଡର କରି ସର୍ବସାଧାରଣରେ ନିଲାମ କରି ବିକ୍ରି କରାଯିବ । ଏନେଇ ଉପଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ଏକ କମଟି ଗଠନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।