ୟୁରୋପରେ ବଡ଼ ଧରଣର ସାଇବର ଆକ୍ରମଣ,  ବିଭିନ୍ନ ବିମାନବନ୍ଦରରେ ସେବା ବାଧାପ୍ରାପ୍ତ

ଖାଲି କରାଗଲା ଡବଲିନ୍ ଏୟାରପୋର୍ଟର ଟର୍ମିନାଲ ୨ । ମାନୁଆଲ ଭାବେ ଚାଲିଛି ବୋର୍ଡ ଇନ୍ ଓ ଚେକ୍ ଇନ୍ ।

ୟୁରୋପରେ ବିମାନସେବା ବାଧାପ୍ରାପ୍ତ

ୟୁରୋପରେ ବିମାନସେବା ବାଧାପ୍ରାପ୍ତ Photograph: (KanakNews)

କନକ ବ୍ୟୁରୋ: ୟୁରୋପର ବିମାନବନ୍ଦରଗୁଡ଼ିକରେ ବଡ଼ ସାଇବର ଆକ୍ରମଣ । ଲଣ୍ଡନ ହିଥ୍ରୋ ବିମାନ ବନ୍ଦରରେ ସେବା ବାଧାପ୍ରାପ୍ତ । ୟୁରୋପର ଅନେକ ପ୍ରମୁଖ ବିମାନବନ୍ଦରରେ ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି । ଫଳରେ ଲଣ୍ଡନ ହିଥ୍ରୋ, ବର୍ଲିନ, ଆମଷ୍ଟରଡାମ ଓ ଫ୍ରାଙ୍କଫର୍ଟ ଭଳି ବିମାନବନ୍ଦରଗୁଡ଼ିକରେ ସେବା ବାଧାପ୍ରାପ୍ତ ହୋଇଛି । ଲଣ୍ଡନ ହିଥ୍ରୋ କର୍ତ୍ତୃପକ୍ଷ କହିଛନ୍ତି, ଏୟାରଲାଇନ୍‌ଗୁଡ଼ିକୁ ଚେକ୍‌-ଇନ୍‌ ଓ ବୋର୍ଡିଂ ସେବା ପ୍ରଦାନ କରୁଥିବା ବୈଶ୍ଵିକ କମ୍ପାନୀ କଲିନ୍ସ ଏୟାରୋସ୍ପେସ୍‌ ସମସ୍ୟାର ସମ୍ମୁଖୀନ ହୋଇଛି । ଏହି ସାଇବର ଆକ୍ରମଣ ଯୋଗୁ ଚେକ୍‌-ଇନ୍‌, ବୋର୍ଡିଂ ଓ ଫ୍ଲାଇଟ୍‌ ସୂଚନା ସେବା ସ୍ଥଗିତ ରହିଛି ।  

ଯାହା ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାରେ ପକାଇଛି । କର୍ତ୍ତୃପକ୍ଷ ସମସ୍ୟା ସମାଧାନ ପାଇଁ କାମ କରୁଛନ୍ତି, କିନ୍ତୁ ସାଇବର ଆକ୍ରମଣର ମୂଳ କାରଣ ଏବେ ବି ଅସ୍ପଷ୍ଟ । ଅପରେଟର ଆହୁରି କହିଛନ୍ତି, ଯାତ୍ରୀମାନେ ବିମାନବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କ ଏୟାରଲାଇନ୍ସ ସହିତ ବିମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ବର୍ଲିନ୍ ବିମାନବନ୍ଦର ମଧ୍ୟ ଚେକ୍-ଇନ୍ ପାଇଁ ଦୀର୍ଘ ସମୟ ଧରି ଯାତ୍ରୀ ଅପେକ୍ଷା କରିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe