କନକ ବ୍ୟୁରୋ: ୟୁରୋପର ବିମାନବନ୍ଦରଗୁଡ଼ିକରେ ବଡ଼ ସାଇବର ଆକ୍ରମଣ । ଲଣ୍ଡନ ହିଥ୍ରୋ ବିମାନ ବନ୍ଦରରେ ସେବା ବାଧାପ୍ରାପ୍ତ । ୟୁରୋପର ଅନେକ ପ୍ରମୁଖ ବିମାନବନ୍ଦରରେ ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି । ଫଳରେ ଲଣ୍ଡନ ହିଥ୍ରୋ, ବର୍ଲିନ, ଆମଷ୍ଟରଡାମ ଓ ଫ୍ରାଙ୍କଫର୍ଟ ଭଳି ବିମାନବନ୍ଦରଗୁଡ଼ିକରେ ସେବା ବାଧାପ୍ରାପ୍ତ ହୋଇଛି । ଲଣ୍ଡନ ହିଥ୍ରୋ କର୍ତ୍ତୃପକ୍ଷ କହିଛନ୍ତି, ଏୟାରଲାଇନ୍ଗୁଡ଼ିକୁ ଚେକ୍-ଇନ୍ ଓ ବୋର୍ଡିଂ ସେବା ପ୍ରଦାନ କରୁଥିବା ବୈଶ୍ଵିକ କମ୍ପାନୀ କଲିନ୍ସ ଏୟାରୋସ୍ପେସ୍ ସମସ୍ୟାର ସମ୍ମୁଖୀନ ହୋଇଛି । ଏହି ସାଇବର ଆକ୍ରମଣ ଯୋଗୁ ଚେକ୍-ଇନ୍, ବୋର୍ଡିଂ ଓ ଫ୍ଲାଇଟ୍ ସୂଚନା ସେବା ସ୍ଥଗିତ ରହିଛି ।
ଯାହା ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାରେ ପକାଇଛି । କର୍ତ୍ତୃପକ୍ଷ ସମସ୍ୟା ସମାଧାନ ପାଇଁ କାମ କରୁଛନ୍ତି, କିନ୍ତୁ ସାଇବର ଆକ୍ରମଣର ମୂଳ କାରଣ ଏବେ ବି ଅସ୍ପଷ୍ଟ । ଅପରେଟର ଆହୁରି କହିଛନ୍ତି, ଯାତ୍ରୀମାନେ ବିମାନବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କ ଏୟାରଲାଇନ୍ସ ସହିତ ବିମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ବର୍ଲିନ୍ ବିମାନବନ୍ଦର ମଧ୍ୟ ଚେକ୍-ଇନ୍ ପାଇଁ ଦୀର୍ଘ ସମୟ ଧରି ଯାତ୍ରୀ ଅପେକ୍ଷା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/20/airport-2025-09-20-20-27-31.jpg)