କନକ ବ୍ୟୁରୋ : ଯଦି ଆପଣ ଅବସରକାଳୀନ ଯୋଜନା ପାଇଁ ଏନପିଏସ୍ ବା ଜାତୀୟ ପେନସନ୍ ଯୋଜନାରେ ନିବେଶ କରିବାକୁ ଚାହୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପେନସନ୍ ଫଣ୍ଡ ରେଗୁଲେଟାରୀ ଆଣ୍ଡ ଡେଭଲପମେଣ୍ଟ ଅଥରେଟି (ପିଏଫଆରଡିଏ) ବୋର୍ଡ ତରଫରୁ ଏବେ ଏକ ନୂଆ ଫ୍ରେମ୍ ୱାର୍କକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପିଏଫଆରଡିଏର ଘୋଷଣା ମୁତାବକ ବ୍ୟାଙ୍କଗୁଡିକ ଏବେ ନିଜେ ପେନସନ୍ ଫଣ୍ଡ ପ୍ରସ୍ତୁତ କରି ନିଜେ ପରିଚାଳନା କରିପାରିବେ । ଏହି ପଦକ୍ଷେପ ପରେ ବିନିଯୋଗକାରୀଙ୍କୁ ଅଧିକ ଲାଭ ମିଳିବ ବୋଲି କୁହାଯାଉଛି । 

Advertisment

ପିଏଫଆରଡିଏ ତରଫରୁ ଏହି ନିୟମକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାପରେ ଏବେ ସ୍କେଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ ସ୍ୱତନ୍ତ୍ର ଭାବେ ପେନସନ୍ ଫଣ୍ଡ ପ୍ରସ୍ତୁତ କରି ପରିଚାଳନା କରିପାରିବେ । ଏପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ କେବଳ ପଏଣ୍ଟ ଅଫ୍ ପ୍ରେଜେନ୍ସ କ୍ରମରେ କାମ କରୁଥିଲେ । ବ୍ୟାଙ୍କ ହାତରେ ସିଧା ପରିଚାଳନା କ୍ଷମତା ରହିବା ପରେ ପ୍ରତିଯୋଗିତା ବଢ଼ିବ ଓ ବିନିଯୋଗକାରୀଙ୍କୁ ଅଧିକ ଅପସନ୍ ମିଳିବ । ପିଏଫଆରଡିଏ ତରଫରୁ ବ୍ୟାଙ୍କଗୁଡ଼ିକ ପାଇଁ ଯୋଗ୍ୟତା ନିୟମ ସ୍ଥିର କରାଯାଇଛି । 

ଅଧିକ ପଢ଼ନ୍ତୁ:ଡ୍ୟୁଟି ସମୟରେ ବନ୍ଧୁମିଳନରେ ସାମିଲ ହେଲେ ଅଧିକାରୀ, ମାହାଙ୍ଗା ବିଧାୟକଙ୍କ ଘରୋଇ କାର୍ଯ୍ୟକ୍ରମରେ ୧୦ ରୁ ଅଧିକ ଅଧିକାରୀ ସାମିଲ

ଏହି ନିୟମ ମୁତାବକ କେବଳ ଭଲ ଭାବେ କ୍ୟାପିଟାଲାଇଜଡ ଓ ସିଷ୍ଟମେଟିକାଲ ମଜବୁତ ବ୍ୟାଙ୍କ ମାନେ ପେନସନ ଫଣ୍ଡ ସ୍ପନ୍ସର କରିପାରିବେ । ଏନେଇ ଏକ ସ୍ୱତନ୍ତ୍ର ସୂଚନା ପ୍ରକାଶ କରାଯିବ । ଏହାକୁ ନୂଆ ଓ ପୁରୁଣା ଫଣ୍ଡ ଦୁଇଟି ଯାକରେ ଲାଗୁ କରାଯିବ । ପିଏଫଆରଡିଏ ତରଫରୁ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଫିସକୁ ବି ରିଭାଇଜ୍ କରାଯାଇଛି । ଏହା ୨୦୨୬ ଏପ୍ରିଲ ପହିଲାରୁ ଲାଗୁ ହେବ । 

ପିଏଫଆରଡିଏ  ଏନପିଏସ୍ ଟ୍ରଷ୍ଟ ବୋର୍ଡର ତିନି ଜଣ ନୂଆ ଟ୍ରଷ୍ଟି ଦିନେଶ କୁମାର ଖାରା (ପୂର୍ବତନ ଏସବିଆଇ ଚେୟାରମ୍ୟାନ), ସ୍ୱାତୀ ଅନିଲ କୁଲକର୍ଣ୍ଣି (ପୂର୍ବ ୟୁଟିଆଇ, ଏଏମସି ଇଭିପି) ଓ ଅରବିନ୍ଦ ଗୁପ୍ତା (ଡିଜିଟାଲ ଇଣ୍ଡିଆ ଫାଉଣ୍ଡେସନର କୋ-ଫାଉଣ୍ଡର) ଙ୍କୁ ନିଯୁକ୍ତି ଦେଇଛି । ଦିନେଶ ଖାରା କହିଛନ୍ତି କି, ୨୦୨୫ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏନପିଏସରେ ୯ କୋଟିରୁ ଅଧିକ ବିନିଯୋଗକାରୀ ଯୋଡ଼ି ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:ସରକାର ଆଣିବେ କଠୋର ନିୟମ, ବିନା ପ୍ରେସକିପସନରେ କଫ୍ ସିରପ୍ ବିକ୍ରି କରିପାରିବେନି ଔଷଧ ଦୋକାନୀ

ଏବେ ଏନପିଏସରେ ମାତ୍ର ୧୦ ଟି ଫଣ୍ଡ ରହିଛି । ଏସବିଆଇ, ଆଇସିସିଆଇ ଓ ଏଚଡିଏଫସି ଯଦି ନିଜେ ପେନସନ୍ ଫଣ୍ଡ ମ୍ୟାନେଜ କରିବେ ତେବେ ଏଥିରେ ପ୍ରତିଯୋଗିତା ବଢ଼ିବ । ଏହାଫଳରେ ଫଣ୍ଡ ମ୍ୟାନେଜର ଅଧିକ ପ୍ରଦର୍ଶନ କରିପାରିବ । ଏପ୍ରିଲ ୨୦୨୬ ରୁ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଫି ବଦଳିଯିବ । ଏଥିରେ ସରକାରୀ ବିନିଯୋଗକାରୀ, ବେସରକାରୀ ସେକ୍ଟର, ଗିଗ୍ ୱାର୍କର୍ସ, ରିଟେଲ ପାଇଁ ସ୍ଲାବ-ବେସଡ୍ ଫିସ୍ ଆସିବ । ଯେତେ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଫି ବଢ଼ିବ, ସେତେ କମ୍ ଫିସ୍ ପଡ଼ିବ । ଅର୍ଥାତ ଆମ କମ୍ ଟଙ୍କା ବିନିଯୋଗ କରି ଅବସର ପରେ ଅଧିକ ଟଙ୍କା ପେନସନ୍ ପାଇପାରିବେ ।