କନକ ବ୍ୟୁରୋ: ଆଗାମୀ ସପ୍ତାହରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏପଟେ ମୁଖ୍ୟମନ୍ତ୍ରୀ କରୁଛନ୍ତି ମନ୍ତ୍ରୀଙ୍କ ଏକ ବର୍ଷ ରିପୋର୍ଟ କାର୍ଡର ତର୍ଜମା । ମୁଖ୍ୟମନ୍ତ୍ରୀଙ୍କ ମାର୍କ ଆଧାରରେ ହେବ ମନ୍ତ୍ରିମଣ୍ଡଳର ଅଦଳବଦଳ । ଆଉ ଜୁନ ୧୨ରେ ପରେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।
- ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ମନ୍ତ୍ରୀଙ୍କ ରିପୋର୍ଟ
- ଏକ ବର୍ଷ କାମର ଚାଲିଛି ହିସାବକିତାବ
ଜୁନ ୧୨ରେ ବର୍ଷ ପୂର୍ତ୍ତି ପାଳନ ପାଇଁ ସରକାରଠୁ ବିଜେପି ସଙ୍ଗଠନ ଯାଏ ଆରମ୍ଭ ହୋଇଗଲାଣି କସରତ । ଆଉ ସପ୍ତାହକ ପରେ ଲୋକଙ୍କ କାମର ହିସାବ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି ମୋହନ ସରକାର । ବିଭାଗୱାରୀ ମାରାଥନ୍ ସମୀକ୍ଷା ପରେ ଏବେ ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ନଜର ପକାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମିଳିଥିବା ସୂଚନା ଅନୁସାରେ...
- ମନ୍ତ୍ରୀଙ୍କ ରିପୋର୍ଟକୁ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ
- କିଛି ମନ୍ତ୍ରୀ ରିପୋର୍ଟ ଦେଇସାରିଛନ୍ତି, ଆଉ କିଛି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି
- ରିପୋର୍ଟରେ ବର୍ଷକର ଉପଲବ୍ଧିର ସମୀକ୍ଷା ହେଉଛି
- ବିଭାଗର ଆଗାମୀ ଏଜେଣ୍ଡା ସମ୍ପର୍କରେ ରିପୋର୍ଟରେ ବିସ୍ତୃତ ତଥ୍ୟ ରହିଛି
ଜୁନ ୧୨ ପରେ ପାୱାର୍ କରିଡରରେ ଦେଖିବାକୁ ମିଳିପାରେ ବଡ଼ ହଲଚଲ । କାରଣ ଅଧାଗଢ଼ା ମନ୍ତ୍ରିମଣ୍ଡଳକୁ ପୂର୍ଣ୍ଣ ରୂପ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଭଲ ପ୍ରଦର୍ଶନ କରିନଥିବା କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇପାରେ । ଆଉ କିଛି ବରିଷ୍ଠ ଓ ଯୁବ ଚେହେରା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି । ଚର୍ଚ୍ଚା ହେଉଛି, ବିବାଦରେ ଫସିଥିବା କିଛି ମନ୍ତ୍ରୀଙ୍କ ସ୍ଥାନରେ ନୂଆଙ୍କୁ ସୁଯୋଗ ମିଳିପାରେ ।
ସୂଚନାଯୋଗ୍ୟ ଯେ, ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ମନ୍ତ୍ରୀଙ୍କ ମଧ୍ୟରେ ଛନକା ପଶିଛି । ଆଶା ବାନ୍ଧିଥିବା ନେତା ବି ଆଶାରେ ରହିଛନ୍ତି । ସମସ୍ତଙ୍କ ନଜର ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ମୁଖ୍ୟମନ୍ତ୍ରୀ କେତେ ମାର୍କ ଦେଉଛନ୍ତି ।