କନକ ବ୍ୟୁରୋ : ଆଗକୁ ୫ବର୍ଷରେ ଆପଣଙ୍କୁ କ’ଣ ରୋଗ ହୋଇପାରେ ତାର ଗବେଷଣା କରିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗ। ଏନେଇ ଏକ ଡିଏନ୍ଏ କିଟ୍ ବଜାରକୁ ଆସିଛି ।
ସମ୍ବଲପୁର ବିଶ୍ବବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗ ବଡ଼ ଉଦ୍ଭାବନ। ଛେପରୁ ଜାଣି ହେବ ରୋଗ। ଏନେଇ ଏକ ଡିଏନ୍ଏ କିଟ୍ ଉଦ୍ଭାବନ କରିଛି ବିଭାଗ। ଆଗାମୀ ୫ ବର୍ଷରେ କ’ଣ ରୋଗ ହୋଇପାରେ, ତାହା ଏହି କିଟ୍ କହିପାରିବ। କିଟ୍ରେ ନମୁନା ଦେବା ପରେ ଏହାକୁ ମୁମ୍ବାଇ ପଠାଯିବ। ପରୀକ୍ଷା ପରେ ଜଣାପଡ଼ିବ କେଉଁ ସ୍ନାୟୁ ଦୁର୍ବଳ ଅଛି, କେଉଁ ହରମୋନ ବୃଦ୍ଧି ପାଉଛି। ଯାହା ଚିକିତ୍ସା ବିଜ୍ଞାନରେ ବଡ଼ ଉଦ୍ଭାବନ ସାବ୍ୟସ୍ତ ହେବ ।
ଏପର୍ଯ୍ୟନ୍ତ ୪ଶହ ଲୋକଙ୍କ ନମୁନା ସଂଗ୍ରହ ହୋଇ ମୁମ୍ବାଇ ପଠାଯାଇଛି । ଏହା ଦ୍ବାରା ରୋଗ ଚିହ୍ନଟ ହେବା ସହ ଔଷଧ ମଧ୍ୟ ପ୍ରଦାନ କରାଯିବ। କେଉଁ ସ୍ନାୟୁ କେତେ ଦୁର୍ବଳ ହେଲେ କ୍ୟାନସର, ମଧୁମେହ ହେବ ତାର ତଥ୍ୟ ଆସିବା ପରେ ଚିକିତ୍ସା କରିବା ସହଜ ହେବ।
ତେବେ ରୋଗ ସମ୍ବନ୍ଧୀୟ ଆଗୁଆ ସୂଚନା ମିଳିପାରିଲେ ଏହା ଚିକିତ୍ସା ବିଜ୍ଞାନରେ ବରଦାନ ସ୍ୱରୂପ କାମ କରିବ।