କନକ ବ୍ୟୁରୋ : ତେହେରାନ ଖାଲି କରିବାକୁ ଟ୍ରମ୍ପଙ୍କ ଆହ୍ବାନ ପରେ ଭାରତର ପଦକ୍ଷେପ ।  ଭାରତୀୟଙ୍କୁ ତୁରନ୍ତ ତେହେରାନ ଛାଡିବାକୁ ନିର୍ଦ୍ଦେଶ । ଏନେଇ ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରିକରାଯାଇଛି । ଦୂତାବାସ ପକ୍ଷରୁ ଯୋଗାଯୋଗ ପାଇଁ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି । ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ରହୁଥିବା ଭାରତୀୟଙ୍କ ପରାମର୍ଶ ଜାରିକରାଯାଇଛି । ଦୂତାବାସ ସହ ଯୋଗାଯୋଗରେ ରହିବା ସହ ଅନାବଶ୍ୟକ ଭ୍ରମଣ ନକରିବାକୁ ପରାମର୍ଶ ଦିଆଯାଇଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁ ୧୦ ହଜାରରୁ ଅଧିକ ଭାରତୀୟ ଫଶି ରହିଛି । ଏହାରି ଭିତରେ ପ୍ରଥମ ପର୍ଯ୍ୟାୟ  ଉଦ୍ଧାର ଆରମ୍ଭ କରିଛି ଭାରତ । ଇରାନରୁ ସ୍ଥଳପଥରେ ୧୦୦ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ ଆଜି ଆର୍ମେନିଆ ବୋଡରରେ ପହଞ୍ଚିଛନ୍ତି । ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଗୁରୁତ୍ବ ଦେଇଛି ଭାରତ । ଆଜି ରାତି ସୁଦ୍ଧା ପ୍ରଥମ ବ୍ୟାଚ ଭାରତୀୟ ଆର୍ମେନିଆ ଅତିକ୍ରମ କରିବେ ବୋଲି ସୁଚନା ମଳିଛି । ଯୁଦ୍ଧ ଭିତରେ ଇରାନରେ ୧୦ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଇସ୍ରାଏଲ ଲଗାତାର ଭାବେ ଇରାନର ପ୍ରମୁଖ ସହରଗୁଡିକୁ ଟାର୍ଗେଟ କରି  ଆକ୍ରମଣ କରୁଛି । ଯୁଦ୍ଧ ଯୋଗୁ ଇରାନ ଏୟାରସ୍ପେଶ ବନ୍ଦ ରଖାଯାଇଥିବା ବେଳେ ସ୍ଥଳପଥ ଦେଇ ଭାରତୀୟଙ୍କୁ ଅଣାଯାଉଛି । ଇରାନରୁ ଭାରତୀୟମାନେ ଆର୍ମେନିଆ, ଆଜାରବାଇଜାନ, ତୁର୍କମେନିସ୍ତାନ ଅବା ଆଫଗାନିସ୍ତାନ  ଦେଇ ସ୍ଥଳପଥରେ ଭାରତ ଆସିପାରିବେ । ସେଠାରେ ଫଶି ରହିଥିବା ଭାରତୀୟ ଛାତ୍ରୀ ଭାରତ ଫେରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ତେହେରାନରେ ଇସ୍ରାଏଲ-ଇରାନ ସଂଘର୍ଷ ମଧ୍ୟରେ ଫସିଥିବା କାଶ୍ମୀରୀ ଛାତ୍ର ଏଲଜି ମନୋଜ ସିହ୍ନା ଜମ୍ମୁ-କାଶ୍ମୀର  ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି ।