କନକ ବ୍ୟୁରୋ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବଡ଼ ଧରଣର ଆକ୍ରମଣ । ଜାତୀୟ ରାଜପଥରେ ବସ୍ ଅଟକାଇ ଯାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ କଲେ ବନ୍ଧୁକଧାରୀ ଦୁର୍ବୃତ୍ତ । ଏହାପରେ ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପାକିସ୍ତାନର ପ୍ରମୁଖ ଖବରକାଗଜ ଡନର ରିପୋର୍ଟ ଅନୁଯାୟୀ ସଶସ୍ତ୍ର ଦୁର୍ବୃତ୍ତମାନେ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ମୃତକମାନେ ସମସ୍ତେ ପଞ୍ଜାବ ପ୍ରଦେଶର ବୋଲି ଜଣାପଡ଼ିଛି । ପରେ ସହକାରୀ କମିଶନର ନଜିବ କାକର କହିଛନ୍ତି ଯେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତେ ପଞ୍ଜାବ ପ୍ରଦେଶର । ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗଟି ଏହି ଆକ୍ରମଣକୁ ଆତଙ୍କବାଦ କାର୍ଯ୍ୟ ବୋଲି ନିନ୍ଦା କରିଛନ୍ତି । ସେ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ ନ୍ୟାୟ ଦେବା ଦରକାର ବୋଲି କହିଛନ୍ତି ।
ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଧରଣର ଆକ୍ରମଣ । ବସରୁ ଯାତ୍ରୀଙ୍କୁ ଓହ୍ଲାଇ ମାରିଲେ ଗୁଳି
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବଡ଼ ଧରଣର ଆକ୍ରମଣ । ଜାତୀୟ ରାଜପଥରେ ବସ୍ ଅଟକାଇ ଯାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ କଲେ ବନ୍ଧୁକଧାରୀ ଦୁର୍ବୃତ୍ତ । ଏହାପରେ ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।