ମହାରାଷ୍ଟ୍ରରେ ଆତଙ୍କୀ ଲିଙ୍କ୍ ନେଇ ଏଟିଏସର ବଡ଼ ଚଢ଼ାଉ, ୨୧ ସ୍ଥାନରେ ଚଢ଼ାଉ କରୁଛି ଏଟିଏସ୍

Advertisment

ୟବତ୍‌ମାଳା ଓ ଅହଲ୍ୟାନଗର ଜିଲ୍ଲାରେ ଏହି ଚଢ଼ଉ କରାଯାଇଥିଲା। ୨୧ ସ୍ଥାନ ମଧ୍ୟରେ ୟବତ୍‌ମାଳାର ପୁସାଡ ଓ ଉମରଖେଡ୍‌ରେ ୧୪ଟି ସ୍ଥାନ ଓ ଅହଲ୍ୟାନଗରର ୭ଟି ସ୍ଥାନରେ ଚଢ଼ଉ ହୋଇଛି।

ୟବତ୍‌ମାଳା ଓ ଅହଲ୍ୟାନଗର ଜିଲ୍ଲାରେ ଏହି ଚଢ଼ଉ କରାଯାଇଥିଲା। ୨୧ ସ୍ଥାନ ମଧ୍ୟରେ ୟବତ୍‌ମାଳାର ପୁସାଡ ଓ ଉମରଖେଡ୍‌ରେ ୧୪ଟି ସ୍ଥାନ ଓ ଅହଲ୍ୟାନଗରର ୭ଟି ସ୍ଥାନରେ ଚଢ଼ଉ ହୋଇଛି।

A10

କନକ ବ୍ୟୁରୋ : ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍) ରବିବାର ସକାଳେ ରାଜ୍ୟର ୨୧ଟି ସ୍ଥାନରେ ଚଢ଼ଉ କରିଛି। ଆତଙ୍କବାଦୀ କାର୍ୟ୍ୟକାଳପ ନେଇ ତଥ୍ୟ ମିଳିବା ପରେ ଏଟିଏସ୍‌ ରାଜ୍ୟବ୍ୟାପୀ ବଡ଼ଧରଣର ଚଢଉ କରିଥିଲା। ୟବତ୍‌ମାଳା ଓ ଅହଲ୍ୟାନଗର ଜିଲ୍ଲାରେ ଏହି ଚଢ଼ଉ କରାଯାଇଥିଲା। ୨୧ ସ୍ଥାନ ମଧ୍ୟରେ ୟବତ୍‌ମାଳାର ପୁସାଡ ଓ ଉମରଖେଡ୍‌ରେ ୧୪ଟି ସ୍ଥାନ ଓ ଅହଲ୍ୟାନଗରର ୭ଟି ସ୍ଥାନରେ ଚଢ଼ଉ ହୋଇଛି। ରାଜ୍ୟରେ ବ୍ୟାପକ ଧର୍ମାନ୍ତରୀକରଣ ଅଭିଯୋଗରେ ଜାନୁଆରି ମାସରେ ଉତ୍ତର ପ୍ରଦେଶ ଏଟିଏସ୍‌ ଓ ମହାରାଷ୍ଟ୍ର ଏଟିଏସ୍‌ ନାଗପୁରରୁ ଇଧୁ ଇସଲାମ ନାମକ ଜଣକୁ ଗିରଫ କରିଥିଲା। ଇଧୁ ଇସଲାମ ଛାଙ୍ଗୁର ବାବାର ଜଣେ ସହଯୋଗୀ ଏବଂ ମହାରାଷ୍ଟ୍ରରେ ଧର୍ମାନ୍ତରୀକରଣ ରାକେଟ ଚଳାଇଥିଲା ବୋଲି ଅଭିଯୋଗ ହୋଇଛି। ଅକ୍ଟୋବର ମାସରେ ପୁଣେରେ ଆଇଏସ୍ଆଇଏସ୍‌ ମଡ୍ୟୁଲ ଚାଲିଥିବା ଅଭିଯୋଗରେ ବ୍ୟାପକ ଚଢ଼ଉ ହୋଇଥିଲା।

ଅଧିକ ପଢ଼ନ୍ତୁ :  ଓଟିପି ସ୍କାମରେ ପାକିସ୍ତାନ ଲିଙ୍କର ହେବ ପର୍ଦ୍ଦାଫାଶ । ଅଭିଯୁକ୍ତ ଅଭିଜିତକୁ ପଚରାଉଚରା କଲା ମହାରାଷ୍ଟ୍ରର ଏଟିଏସ୍ । ନିଆଯାଇପାରେ ଏନଆଇଏ ଓ ଆଇବି ର ସହାୟତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe