ଛତିଶଗଡ ତେଲେଙ୍ଗାନା ସୀମାରେ ମାଓ ବିରୋଧୀ ବଡ ଅପରେସନ ଜାରି, ଘଞ୍ଚ ଜଙ୍ଗଲରେ ଠାବ ହେଲା ମାଓବାଦୀଙ୍କ ଗୁମ୍ଫା

Advertisment

ଘଞ୍ଚ ଜଙ୍ଗଲରେ ଠାବ ହେଲା ମାଓବାଦୀଙ୍କ ଗୁମ୍ଫା । ଗୁମ୍ଫାରେ ପାନୀୟ ଜଳ ଓ ବିଶ୍ରାମ ନେବାର ଥିଲା ବ୍ୟବସ୍ଥା ।

ଘଞ୍ଚ ଜଙ୍ଗଲରେ ଠାବ ହେଲା ମାଓବାଦୀଙ୍କ ଗୁମ୍ଫା । ଗୁମ୍ଫାରେ ପାନୀୟ ଜଳ ଓ ବିଶ୍ରାମ ନେବାର ଥିଲା ବ୍ୟବସ୍ଥା ।

ଠାବ ହେଲା ମାଓବାଦୀଙ୍କ ଗୁମ୍ଫା

ଠାବ ହେଲା ମାଓବାଦୀଙ୍କ ଗୁମ୍ଫା Photograph: (kanakNews)

କନକ ବ୍ୟୁରୋ:  ଛତିଶଗଡ ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ବିରୋଧରେ ସବୁଠୁ ବଡ ଅପରେସନ ଜାରି ରହିଥିବା ବେଳେ ଘଞ୍ଚ  ଜଙ୍ଗଲରେ ଠାବ ହୋଇଛି ମାଓବାଦୀଙ୍କ ଗୁମ୍ଫା। କିଟି କିଟି ଅନ୍ଧାର ରାତିରେ ଗୁମ୍ଫା ଠାବ କଲେ ଯବାନ। ଗୁମ୍ଫା ଭିତରେ ପାନୀୟ ଜଳ ଓ ବିଶ୍ରାମ ନେବାର ବ୍ୟବସ୍ଥା ରହିଥିଲା ।

ତେବେ ଯବାନ ମାନେ ସେଠାରେ ପହଞ୍ଚିବା ବେଳେକୁ ସୁଚନା ପାଇ ମାଓବାଦୀମାନେ ଗୁମ୍ଫାରୁ ଖସି ପଳାଇଛନ୍ତି। ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ  ଜଙ୍ଗଲରେ ଜୋରଦାର ଅପରେସନ ଚାଲିଛି । ୫ ଦିନ ଧରି କରିଗେଟା  ଜଙ୍ଗଲକୁ ଘେରି ରଖିଛନ୍ତି ୧୦ ହଜାର ଯବାନ। ପ୍ରାୟ ୧୦୦୦ ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା କୁହାଯାଉଛି। ଅପରେସନରେ  ବାୟୁସେନାର ହେଲିକପ୍ଟର ବି ସାମିଲ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe