କନକ ବ୍ୟୁରୋ: ଛତିଶଗଡ ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ବିରୋଧରେ ସବୁଠୁ ବଡ ଅପରେସନ ଜାରି ରହିଥିବା ବେଳେ ଘଞ୍ଚ ଜଙ୍ଗଲରେ ଠାବ ହୋଇଛି ମାଓବାଦୀଙ୍କ ଗୁମ୍ଫା। କିଟି କିଟି ଅନ୍ଧାର ରାତିରେ ଗୁମ୍ଫା ଠାବ କଲେ ଯବାନ। ଗୁମ୍ଫା ଭିତରେ ପାନୀୟ ଜଳ ଓ ବିଶ୍ରାମ ନେବାର ବ୍ୟବସ୍ଥା ରହିଥିଲା ।
ତେବେ ଯବାନ ମାନେ ସେଠାରେ ପହଞ୍ଚିବା ବେଳେକୁ ସୁଚନା ପାଇ ମାଓବାଦୀମାନେ ଗୁମ୍ଫାରୁ ଖସି ପଳାଇଛନ୍ତି। ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଜୋରଦାର ଅପରେସନ ଚାଲିଛି । ୫ ଦିନ ଧରି କରିଗେଟା ଜଙ୍ଗଲକୁ ଘେରି ରଖିଛନ୍ତି ୧୦ ହଜାର ଯବାନ। ପ୍ରାୟ ୧୦୦୦ ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା କୁହାଯାଉଛି। ଅପରେସନରେ ବାୟୁସେନାର ହେଲିକପ୍ଟର ବି ସାମିଲ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/27/8Fw3nmWCGTBNFNLNGjbH.jpg)