କନକ ବ୍ୟୁରୋ : ଛତିଶଗଡ଼ ଗରିଆବନ୍ଧରେ ମାଓ ଏନକାଉଂଟର ଘଟଣା। ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ୍ ବାଲକ୍ରୀଷ୍ଣାଙ୍କ ସମେତ ୧୦ ମାଓବାଦୀ ମୃତ୍ୟୁ ହୋଇଛି । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ନକ୍ସଲମାନେ ବ୍ୟବହାର କରୁଥିବା ak47, slr7, insas5, singleshort gun, 12bor, pistol Tecorban ଜବତ ହୋଇଛି । ନିପାତ ହୋଇଥିବା ନକ୍ସଲଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି । ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସରକାର ସେମାନଙ୍କ ସମସ୍ତଙ୍କ ଉପରେ ୫ କୋଟି ୨୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ନିହତ ନକ୍ସଲଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ଏବଂ ଓଡ଼ିଶା ରାଜ୍ୟ କମିଟିର ଉଚ୍ଚସ୍ତରୀୟ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।
କେମିତି ଥିଲା ନକ୍ସଲ ଅପରେସନ୍?
- ରାଜାଡେରା-ମାଡାଲ ପାହାଡ଼ରେ ବହୁ ସଂଖ୍ୟାରେ ଲୁଚି ରହିଥିବା ନେଇ ଗରିଆବନ୍ଦ ପୁଲିସ ଗୁପ୍ତ ସୂଚନା ପାଇଥିଲା
- ପରେ ଗାରିଆବନ୍ଧ ପୋଲିସର ଇ-୩୦ ୟୁନିଟ୍, ଏସଟିଏଫ୍, ସିଏଏଫ୍ ଏବଂ କୋବ୍ରା-୨୦୭ର ଏକ ମିଳିତ ଦଳ ସେପ୍ଟେମ୍ବର ୧୦ରେ ଏକ ଅପରେସନରେ ବାହାରିଥିଲେ
- ସେପ୍ଟେମ୍ବର ୧୧, ସକାଳ ୬ଟାରେ, ନକ୍ସଲମାନେ ସୁରକ୍ଷା ବାହିନୀକୁ ଘେରିଯିବା ଉଦ୍ଦେଶ୍ୟରେ ହଠାତ୍ ଅଚାନକ ଗୁଳିଚାଳନା ଆରମ୍ଭ କରିଦେଲେ
- ପ୍ରାୟ ୨୬ ଘଣ୍ଟା ଧରି ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଚାଲିଥିଲା।
- ୧୨ ସେପ୍ଟେମ୍ବର ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଗୁଳିବିନିମୟ
- ଦୁଇ ଦିନର ଏହି ସଂଘର୍ଷରେ ଯବାନ ମାନେ ଧୈର୍ଯ୍ୟ ଏବଂ ଅଦମ୍ୟ ସାହସ ସହିତ ମୁକାବିଲା କରୁଥିଲେ
- ନକ୍ସଲମାନେ ଲୁଚି ରହି ଆକ୍ରମଣ କରି ଚାଲିଥିଲେ
- ଯବାନମାନେ ସଠିକ ରଣନୀତି, ଉପଯୁକ୍ତ ବୁଦ୍ଧି ଏବଂ ସଂଯମତା ଦେଖାଇ ଆକ୍ରମଣ କରିଥିଲେ
- ଏଥିରେ ୧୦ ଜଣ ନକ୍ସଲ ନିହତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି ।