କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା। ଅଭିଯୁକ୍ତ ୭ ଜଣ ରୋଡ୍ ରୋମିଓଙ୍କୁ ଗିରଫ କରିଛି ପୋଲିସ। ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରିଂ ଛାତ୍ର । ସେମାନଙ୍କଠାରୁ ୧୧ଟି ମୋବାଇଲ୍ ଓ ଗୋଟିଏ ଗାଡି ଜବତ ହୋଇଛି। ଭୁବନେଶ୍ବର ଅତିରିକ୍ତ ଡିସିପି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।