ଥାନାରେ ହାଜର ହେଲେ ମେଜର ଓ ତାଙ୍କ ବାନ୍ଧବୀ ; ଆରମ୍ଭ ହେବ ସୀକ୍ଷୀ ଗ୍ରହଣ

ଭରତପୁର ଥାନା ମାମଲାରେ କମିଶନଙ୍କ ନିକଟରେ ହାଜର ହେଲେ ମେଜର ଓ ବାନ୍ଧବୀ । ସତ୍ୟପାଠ ଦାଖଲ ପରେ ଆରମ୍ଭ ହେଲା ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା । ୧୬ଜଣଙ୍କୁ କମିଶନଙ୍କ ପକ୍ଷରୁ କରାଯାଇଛି ସମନ୍ ।

30major

କନକ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ୟାତନା ଘଟଣା । ସତ୍ୟପାଠ ଦାଖଲ ସମୟ ସରିବା ପରେ ଆଜି ପ୍ରଥମ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ କମିଶନ । ଏହି ମାମଲାରେ କମିଶନଙ୍କ ନିକଟରେ ୫୦୦ ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା । ସତ୍ୟପାଠ ଗୁଡ଼ିକୁ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନ। 

ମୋଟ ୧୬ ଜଣଙ୍କୁ କମିଶନଙ୍କ ପକ୍ଷରୁ ସମନ ଜାରି କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀ, ଅଭିଯୋଗ ଆସିଥିବା ପୋଲିସ ଅଧିକାରୀ ଓ ଗଣ୍ଡଗୋଳ କରିଥିବା ଯୁବକ ରହିଛନ୍ତି। କମିଶନ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ମେଜର ଓ ବାନ୍ଧବୀ। ସେହିଭଳି ଗଣ୍ଡଗୋଳ କରିଥିବା ଯୁବକଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe