କନକ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ୟାତନା ଘଟଣା । ସତ୍ୟପାଠ ଦାଖଲ ସମୟ ସରିବା ପରେ ଆଜି ପ୍ରଥମ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ କମିଶନ । ଏହି ମାମଲାରେ କମିଶନଙ୍କ ନିକଟରେ ୫୦୦ ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା । ସତ୍ୟପାଠ ଗୁଡ଼ିକୁ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନ।
ମୋଟ ୧୬ ଜଣଙ୍କୁ କମିଶନଙ୍କ ପକ୍ଷରୁ ସମନ ଜାରି କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀ, ଅଭିଯୋଗ ଆସିଥିବା ପୋଲିସ ଅଧିକାରୀ ଓ ଗଣ୍ଡଗୋଳ କରିଥିବା ଯୁବକ ରହିଛନ୍ତି। କମିଶନ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ମେଜର ଓ ବାନ୍ଧବୀ। ସେହିଭଳି ଗଣ୍ଡଗୋଳ କରିଥିବା ଯୁବକଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/14/7yXlhSed8sjttFk1iEd2.jpg)