କନକବ୍ୟୁରୋ : ମିଛ କମ୍ପାନୀ, ମିଛ ଚାକିରି, ଛଦ୍ମ ନାଁ ।  ସମ୍ବଲପୁର ଚାକିରି କେଳେଙ୍କାରୀରେ ମାମଲାରେ ବନ୍ଧା ହେଲେ ଦୁଇ ଠକ ।  ସମ୍ବଲପୁରର ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ ଓ ସାତୁପାଲି ଗ୍ରାମର ପଦ୍ମ ତାଣ୍ଡିଙ୍କୁ ଗିରଫ କରିଛି ବୁର୍ଲା ପୁଲିସ୍    ।  ନଗଦ ୬୨ ଲକ୍ଷ ଟଙ୍କା ସହ ୨ଟି ଗାଡି ଓ ମୋବାଇଲ ଫୋନ୍ ଜବତ କରିଛି ପୁଲିସ ।  ୨ ହଜାର ଲୋକଙ୍କ ଠାରୁ ୨ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି ଏହି ଠକମାନେ ।  ତେବେ ନକଲି କମ୍ପାନୀ ଆର ମ୍ୟାକ୍ସ ଇନ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ମୁଖ୍ୟ ସୌମ୍ୟ ସାହୁ ଫେରାର ଥିବା ଜଣାପଡ଼ିଛି। ୧.୫ କୋଟି ଟଙ୍କା ନେଇ ଫେରାର ଥିବା କୁହାଯାଉଛି । 

Advertisment

ରାହୁଲ ଶର୍ମା ଏକ ଛଦ୍ମ ନାଁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାରୁ ଚାକିରି ନାଁରେ ହଜାର ହଜାର ମହିଳାଙ୍କୁଠାରୁ ଏମାନେ ଟଙ୍କା ନେଇଛନ୍ତି। ପୂର୍ବରୁ ପୋଲିସ  ଏମାନଙ୍କୁ ଧରିଥିଲା କିନ୍ତୁ ପ୍ରମାଣ ପାଇନଥିବାରୁ ଛାଡ଼ିଦେଇଥିଲା। ରାହୁଲର ସହଯୋଗୀ ଭାବେ ମହିଳାଙ୍କୁ ପ୍ରଲୋଭନ ଦେବର କାମ କରୁଥିଲା ପଦ୍ମା ତାଣ୍ଡି।  ବୁ ର୍ଲା ଥାନା ଆଗରେ ଅଭିଯୋଗକାରୀ ମାନେ ଧାରଣା ଦେଇଛନ୍ତି ।

ଅଧିକ ପଢନ୍ତୁ : 

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଖାଲି ଏତିକି ନୁହେଁ ବିଗତ ଦିନରେ ମଧ୍ୟ  ଏସ.ଆଇ ପରୀକ୍ଷାରେ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ଏବେ ଏହି ମାମଲା କୁ ମୁଖ୍ୟମନ୍ତ୍ରୀ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ବର୍ତ୍ତମାନ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ମହାଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଲମ୍ବିଛି  ।  ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି । ଦୁର୍ନୀତିରେ ଆନ୍ତଃ ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଏସ.ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଜି ସୁଦ୍ଧା ୧୨୬ ଜଣଙ୍କୁ ଗିରଫ କରାଯାଇଛି ।

ଅଧିକ ପଢନ୍ତୁ : 

ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଖବର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏଣିକି ପାସ୍‌ ଫେଲ୍‌

ସେମାନଙ୍କ ମଧ୍ୟରେ ୧୨ ଜଣ ଦଲାଲଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ।  
କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଛି ପ୍ରମୁଖ ସହଯୋଗୀ ମୁନା ମହାନ୍ତି
ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ସୌମ୍ୟା ପ୍ରିୟଦର୍ଶିନୀ ବି କବ୍‌ଜାରେ

ମୁନା ବିଜୟନଗରମ୍ ଓ ଅରବିନ୍ଦ ନେଇଥିଲା ଦୀଘା ମଡ୍ୟୁଲର ଦାୟିତ୍ବ
ଏମାନଙ୍କୁ ସହଯୋଗ କରୁଥିଲେ ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ସୌମ୍ୟା ପ୍ରିୟଦର୍ଶିନୀ
ଦଶପଲ୍ଲାରେ ଥିବା ଫାର୍ମ ହାଉସ୍‌ରେ ଶ୍ରୀକାନ୍ତ ଓ ମୁନାକୁ ଆଶ୍ରୟ ଦେଇଥିଲା ଅଭିମନ୍ୟୁ

ପ୍ରିୟଦର୍ଶିନୀଙ୍କ ଠାରୁ ତଥ୍ୟ ନେଇ ମୁନା ଓ ଶ୍ରୀକାନ୍ତଙ୍କୁ ଦେଉଥିଲା
ପରୀକ୍ଷାର୍ଥୀଙ୍କ ପିଛା ୨୫ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍
ଅଗ୍ରୀମ ବାବଦକୁ ୧୦ ଲକ୍ଷ ନେଇଥିଲେ ଦଲାଲ
ଚାକିରି ପରେ ନେଇଥାନ୍ତେ ବଳକା ୧୫ ଲକ୍ଷ ଟଙ୍କା