କନକବ୍ୟୁରୋ : ବେଆଇନ୍ କାରବାର ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସର କାର୍ୟ୍ୟାନୁଷ୍ଠାନ। ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ୧୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିରେ ୫ ଜଣ ପୂର୍ବତନ ସରପଞ୍ଚ ସାମିଲ ଅଛନ୍ତି। ୨୦୦୫ରେ ମୟୂରଭଂଜ ଜିଲ୍ଲା ଉଦଳାରେ ଲାଇଟ୍ ସଂଯୋଗ ନାଁରେ ବ୍ୟାପକ ଅନିୟମିତତା ମାମଲାରେ ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୫ ଜଣ ପୂର୍ବତନ ସରପଞ୍ଚ ଓ ଜଣେ ବିଦ୍ୟୁତ ସାମଗ୍ରୀ ଯୋଗାଣକାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି ।
ସେପଟେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ (ଅବସରପ୍ରାପ୍ତ ) ଶିବାନନ୍ଦ ପଟ୍ଟନାୟକ, ପୂର୍ବତନ କନିଷ୍ଠ ଯନ୍ତ୍ରୀ ଶକ୍ତିରଂଜନ ସିଂହସାମନ୍ତ ଓ ଚତୁର୍ଭୁଜ ବେହେରାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । କଟକ ମହାନଗର ନିଗମର ପୂର୍ବତନ (ସେବାନିବୃତ୍ତ) ଟାକ୍ସ କଲେକ୍ଟର ଏସ୍କେ ଉସମାନ ଖାନଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ।
କଟକ ଭିଜିଲାନ୍ସ କୋର୍ଟ ସିଟି ଲେଭେଲ ଟେକ୍ନିକାଲ ସେଲ୍ର ଶ୍ରୀକାନ୍ତ ମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଭିଜିଲାନ୍ସ କୋର୍ଟ ସୁନ୍ଦରଗଡ଼ ଡିଏଫ୍ଓ କାର୍ୟ୍ୟାଳୟର ପୂର୍ବତନ ହିସାବରକ୍ଷକ ହେମନ୍ତ କୁମାର ମିଶ୍ରଙ୍କୁ ୩ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପୁର ମାର୍କଫେଡର ପୂର୍ବତନ ପ୍ରବନ୍ଧକ ଭୁବନ ମୋହନ ଦାଶ ଓ ପୂର୍ବତନ ପ୍ରଭାରୀ ଏସ୍କେ ଅବଦୁଲଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/12/01/GqA7ArDz1c59DD53XGFY.jpg)