କନକବ୍ୟୁରୋ: ଉଜ୍ଜୟନୀ ମହାକାଳ ମନ୍ଦିରରେ ବଡ଼ ଅଘଟଣ ।  ଉଜ୍ଜୟିନୀର ମହାକାଳ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ୪ ନମ୍ବର ଗେଟ୍ ନିକଟରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ତଳେ ଦବି ଯାଇଥିଲେ ।  

Advertisment

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରିଲିଫ ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଉଜ୍ଜୟିନୀରେ ଏବେ ବି ଲଗାଣ ପ୍ରବଳ ବର୍ଷା ଜାରି ରହିଛି ।