ରୁଷର ବୈକାଲ ହ୍ରଦରେ ବଡ଼ ଦୁର୍ଘଟଣା: ବରଫ ଧସି ପାଣିରେ ବୁଡ଼ିଗଲା ଚୀନ୍ ପର୍ଯ୍ୟଟକଙ୍କ ଭର୍ତ୍ତି ବସ୍

Advertisment

ରୁଷରେ ଚୀନ୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ବୈକାଲ ହ୍ରଦର ବରଫ ଧସି ବୁଡ଼ିଯିବାରୁ ଆଠ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ସାତ ଜଣ ଚୀନ୍ ପର୍ଯ୍ୟଟକ ଓ ବସ୍ ଡ୍ରାଇଭର ଅଛନ୍ତି ।

ରୁଷରେ ଚୀନ୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ବୈକାଲ ହ୍ରଦର ବରଫ ଧସି ବୁଡ଼ିଯିବାରୁ ଆଠ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ସାତ ଜଣ ଚୀନ୍ ପର୍ଯ୍ୟଟକ ଓ ବସ୍ ଡ୍ରାଇଭର ଅଛନ୍ତି ।

Major accident

Major accident Photograph: (Google)

କନକ ବ୍ୟୁରୋ:  ରୁଷରେ ଚୀନ୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ବୈକାଲ ହ୍ରଦର ବରଫ ଧସି ବୁଡ଼ିଯିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ଇରକୁଟସ୍କ ଅଞ୍ଚଳର ରାଜ୍ୟପାଳ ଇଗୋର କୋବଜେଭ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ମୃତକଙ୍କ ମଧ୍ୟରେ ସାତ ଜଣ ଚୀନ୍ ପର୍ଯ୍ୟଟକ ଓ ବସ୍ ଡ୍ରାଇଭର ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବସ୍ ସମ୍ପୂର୍ଣ୍ଣ ବୁଡ଼ିବା ପୂର୍ବରୁ ଜଣେ ପର୍ଯ୍ୟଟକ ବସ୍‌ରୁ ଖସି ନିଜ ଜୀବନ ବଞ୍ଚାଇ ପଳାଇବାରେ ସଫଳ ହୋଇଥିଲେ । ଅନ୍ୟମାନେ ଭିତରେ ଫସି ରହିଥିଲେ । ସେମାନଙ୍କୁ ରକ୍ଷା କରାଯାଇପାରି ନଥିଲା । ରାଜ୍ୟପାଳ କହିଛନ୍ତି ଯେ, ସେମାନେ ବିଦେଶୀ ନାଗରିକ ।

ଅଧିକ ପଢନ୍ତୁ: ଗ୍ରିନଲ୍ୟାଣ୍ଡ କାହିଁକି ଅକ୍ତିଆର କରିବାକୁ ଚାହୁଁଛନ୍ତି ଟ୍ରମ୍ପ ? ଜାଣନ୍ତୁ ଏହି ବରଫ ଦ୍ୱୀପର ରହସ୍ୟ ଏବଂ ଏହାର ରଣନୈତିକ ଗୁରୁତ୍ୱ

ସେ ଏହା ମଧ୍ୟ କହିଛନ୍ତି, ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (ପିଆର୍‌ସି)ର କନସୁଲେଟ୍ ଜେନେରାଲଙ୍କୁ ଘଟଣା ବିଷୟରେ ଅବଗତ କରାଯାଇଛି । ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି, ଉଦ୍ଧାରକାରୀମାନେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବସ୍‌ର ସ୍ଥିତି ଜାଣିବା ପାଇଁ ପାଣି ତଳେ କ୍ୟାମେରା ବ୍ୟବହାର କରିଥିଲେ।ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ବସ୍‌ଟି ପ୍ରାୟ ତିନି ମିଟର ଚଉଡା ଏକ ବରଫ ଫାଟରେ ପଡ଼ି ପାଣିରେ ବୁଡ଼ି ଯାଇଥିଲା। ଉଦ୍ଧାରକାରୀ ଦଳ ପାଣି ତଳେ କ୍ୟାମେରା ସାହାଯ୍ୟରେ ହ୍ରଦରେ ସନ୍ଧାନ କରିଥିଲେ । ବସ୍ ପ୍ରାୟ ୧୮ ମିଟର ଗଭୀରରେ ମିଳିଥିଲା। ଏହା ପରେ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe