ଇଣ୍ଡୋନେସିଆ ସ୍କୁଲରେ ବଡ଼ ଅଘଟଣ : ପ୍ରାର୍ଥନା କରୁଥିବା ଛାତ୍ରମାନଙ୍କ ଉପରେ ଭୁଶୁଡ଼ିଲା କୋଠା

କୋଠା ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୬୫ ଜଣ ଛାତ୍ର କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଏହି ଘଟଣା ଦେଶର ମୁଖ୍ୟ ଦ୍ୱୀପ ଜାଭାରେ ଥିବା ଏକ ସ୍କୁଲରେ ଘଟିଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ରାତିରୁ  ଏପର୍ଯ୍ୟନ୍ତ ଖୋଜାଖୋଜି କରୁଛନ୍ତି ।

indonesia

indonesia Photograph: (KanakNews)

କନକ ବ୍ୟୁରୋ : ସ୍କୁଲରେ ନମାଜ ପଢୁଥିଲେ ଛାତ୍ରଛାତ୍ରୀ । ହଠାତ୍ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଲା କୋଠା । ତା’ପରେ ଯାହା ଘଟିଲା, ଆପଣ ଜାଣିଲେ ସ୍ତବ୍ଧ ହୋଇଯିବେ । ଇଣ୍ଡୋନେସିଆରେ ଏକ ଇସଲାମିକ୍ ସ୍କୁଲର ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୬୫ ଜଣ ଛାତ୍ର କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଏହି ଘଟଣା ଦେଶର ମୁଖ୍ୟ ଦ୍ୱୀପ ଜାଭାରେ ଥିବା ଏକ ସ୍କୁଲରେ ଘଟିଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ରାତିରୁ  ଏପର୍ଯ୍ୟନ୍ତ ଖୋଜାଖୋଜି କରୁଛନ୍ତି । ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ବାକି ୬୫ ଜଣ ଛାତ୍ର ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଛାତ୍ରମାନେ ଅପରାହ୍ଣରେ ପ୍ରାର୍ଥନା ଗୃହରେ ଏକାଠି ହୋଇଥିବା ବେଳେ କୋଠା ଭୁଶୁଡ଼ି ପଡ଼ିଥିଲା । ପିଲାମାନେ ଚିତ୍କାର କରିବାକୁ ଲାଗିଥିଲେ । ପୂର୍ବ ଜାଭା ପୁଲିସ ମୁଖପାତ୍ର ଜୁଲେସ୍ ଆବ୍ରାହମ୍ ଆବାଷ୍ଟ କହିଛନ୍ତି, ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୭୯ରୁ ଅଧିକ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ । 

ଇଣ୍ଡୋନେସିଆରେ ବଡ଼ ଅଘଟଣ
ଭୁଶୁଡ଼ିଲା ସ୍କୁଲ୍ କୋଠା
ଇଣ୍ଡୋନେସିଆର ଏକ ସ୍କୁଲରେ ବଡ଼ ଅଘଟଣ
ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରମାନଙ୍କ ଉପରେ ଭୁଶୁଡ଼ିଲା କୋଠା
ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲରେ ଅଘଟଣ
ଦୁର୍ଘଟଣାରେ ଜଣେ ୧୩ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି
ଅନ୍ୟ ୯୯ ଜଣ ଛାତ୍ର ଆହତ ହୋଇଛନ୍ତି 
୬୫ ଜଣ ଛାତ୍ର ଏବେ ବି ଭଗ୍ନାବଶେଷ ତଳେ ପୋତି ହୋଇରହିଛନ୍ତି
ଛାତ୍ରମାନେ ପ୍ରାର୍ଥନା ଗୃହରେ ଏକାଠି ହୋଇଥିବା ବେଳେ  ଅଘଟଣ
କୋଠାଟି ହଠାତ ଭୁଶୁଡ଼ି ପଡ଼ିବାରୁ ଛାତ୍ରମାନେ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe