କନକ ବ୍ୟୁରୋ : ସ୍କୁଲରେ ନମାଜ ପଢୁଥିଲେ ଛାତ୍ରଛାତ୍ରୀ । ହଠାତ୍ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଲା କୋଠା । ତା’ପରେ ଯାହା ଘଟିଲା, ଆପଣ ଜାଣିଲେ ସ୍ତବ୍ଧ ହୋଇଯିବେ । ଇଣ୍ଡୋନେସିଆରେ ଏକ ଇସଲାମିକ୍ ସ୍କୁଲର ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୬୫ ଜଣ ଛାତ୍ର କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଏହି ଘଟଣା ଦେଶର ମୁଖ୍ୟ ଦ୍ୱୀପ ଜାଭାରେ ଥିବା ଏକ ସ୍କୁଲରେ ଘଟିଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ରାତିରୁ  ଏପର୍ଯ୍ୟନ୍ତ ଖୋଜାଖୋଜି କରୁଛନ୍ତି । ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ବାକି ୬୫ ଜଣ ଛାତ୍ର ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଛାତ୍ରମାନେ ଅପରାହ୍ଣରେ ପ୍ରାର୍ଥନା ଗୃହରେ ଏକାଠି ହୋଇଥିବା ବେଳେ କୋଠା ଭୁଶୁଡ଼ି ପଡ଼ିଥିଲା । ପିଲାମାନେ ଚିତ୍କାର କରିବାକୁ ଲାଗିଥିଲେ । ପୂର୍ବ ଜାଭା ପୁଲିସ ମୁଖପାତ୍ର ଜୁଲେସ୍ ଆବ୍ରାହମ୍ ଆବାଷ୍ଟ କହିଛନ୍ତି, ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୭୯ରୁ ଅଧିକ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ । 

Advertisment

ଇଣ୍ଡୋନେସିଆରେ ବଡ଼ ଅଘଟଣ
ଭୁଶୁଡ଼ିଲା ସ୍କୁଲ୍ କୋଠା
ଇଣ୍ଡୋନେସିଆର ଏକ ସ୍କୁଲରେ ବଡ଼ ଅଘଟଣ
ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରମାନଙ୍କ ଉପରେ ଭୁଶୁଡ଼ିଲା କୋଠା
ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲରେ ଅଘଟଣ
ଦୁର୍ଘଟଣାରେ ଜଣେ ୧୩ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି
ଅନ୍ୟ ୯୯ ଜଣ ଛାତ୍ର ଆହତ ହୋଇଛନ୍ତି 
୬୫ ଜଣ ଛାତ୍ର ଏବେ ବି ଭଗ୍ନାବଶେଷ ତଳେ ପୋତି ହୋଇରହିଛନ୍ତି
ଛାତ୍ରମାନେ ପ୍ରାର୍ଥନା ଗୃହରେ ଏକାଠି ହୋଇଥିବା ବେଳେ  ଅଘଟଣ
କୋଠାଟି ହଠାତ ଭୁଶୁଡ଼ି ପଡ଼ିବାରୁ ଛାତ୍ରମାନେ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି