କନକବ୍ୟୁରୋ :  ମାଟି ତଳେ ଦବିଗଲା ବସ୍ । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି ।  ସେହିପରି ଦୁଇଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ବସ୍‌ରେ ପାଖାପାଖି ୩୫ ଜଣ ଯାତ୍ରୀ ଥିଲେ। ବସଟି ଭଲ୍ଲୁ ବ୍ରିଜ ନିକଟରେ ଅତିକ୍ରମ କରୁଥିଲା ।  ଏହି ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏହା ଦେଖି ଯାତ୍ରୀମାନେ ଚିତ୍କାର କରିଉଠିଥିଲେ ।  ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ଏକ ଜେସିବି ଜରିଆରେ ବସ୍ ଉପରୁ ମାଟି ଅତଡ଼ା ବାହାର କରିଥିଲେ। ଏହା ପରେ ଆହତଙ୍କୁ ବସରୁ ବାହାର କରି ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଦୁର୍ଘଟଣା ପରେ ୬ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାକି ୯ ଯାତ୍ରୀ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ସେହିପରି ତିନିଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ।

Advertisment