ଦିନ ଯୋଗୁ ଟଳିଗଲା ବଡ଼ ଅଘଟଣ; କାମଦେଲା ଶୀଘ୍ର ଉଦ୍ଧାର କାର୍ଯ୍ୟ

Advertisment

ଜଣଙ୍କ ପରେ ଜଣେ ଆହତଙ୍କୁ ଷ୍ଟ୍ରେଚର ସହାୟତାରେ ବାହାରକୁ ଅଣାଯାଇଥିଲା। ଆଉ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ଆହତଙ୍କୁ ମେଡିକାଲ ନିଆଯାଇଥିଲା। ଯେଉଁଥିପାଇଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ହେଲେ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ଜୀବନ ଯାଇଛି।

ଜଣଙ୍କ ପରେ ଜଣେ ଆହତଙ୍କୁ ଷ୍ଟ୍ରେଚର ସହାୟତାରେ ବାହାରକୁ ଅଣାଯାଇଥିଲା। ଆଉ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ଆହତଙ୍କୁ ମେଡିକାଲ ନିଆଯାଇଥିଲା। ଯେଉଁଥିପାଇଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ହେଲେ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ଜୀବନ ଯାଇଛି।

ଦିନ ଯୋଗୁ ଟଳିଗଲା ବଡ଼ ଅଘଟଣ

ଦିନ ଯୋଗୁ ଟଳିଗଲା ବଡ଼ ଅଘଟଣ Photograph: (KanakNews )

କନକ ବ୍ୟୁରୋ: କଟକରେ ଟ୍ରେନ ଦୁର୍ଘଟଣାଗସ୍ତ ହେବା ପରେ ଯାତ୍ରୀମାନେ ବାହାରକୁ ବାହାରି ବୁଲୁଥିବାର ଦୃଶ୍ୟ ପ୍ରଥମେ ସାମ୍ନାକୁ ଆସିଥିଲା। ଯାହା ଦେଖିଲେ, ଲାଗୁଥିଲା ସେପରି କିଛି ବଡ଼ ଅଘଟଣ ଘଟିନି। କିନ୍ତୁ ପରେ ସାମ୍ନାକୁ ଆସିଥିଲା ବାସ୍ତବ ଚିତ୍ର। ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଜଣଙ୍କ ପରେ ଜଣେ ଆହତଙ୍କୁ ଷ୍ଟ୍ରେଚର ସହାୟତାରେ ବାହାରକୁ ଅଣାଯାଇଥିଲା। ଆଉ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ଆହତଙ୍କୁ ମେଡିକାଲ ନିଆଯାଇଥିଲା। ଯେଉଁଥିପାଇଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ହେଲେ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ଜୀବନ ଯାଇଛି। ମୃତକ ପଶ୍ଚିମବଙ୍ଗର ଶୁଭଙ୍କର ରୟ ବୋଲି ସୂଚନା ମିଳିଛି। ମୋଟ୍ ଉପରେ ୧୫ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମଳିଛି।

  • ଦିନ ଯୋଗୁ ଟଳିଗଲା ବଡ଼ ଅଘଟଣ
  • କାମଦେଲା ଶୀଘ୍ର ଉଦ୍ଧାର କାର୍ଯ୍ୟ

୨୦୨୩ ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୬ ଲୋକଙ୍କ ଜୀବନ ଯାଇଥିଲା। ରାତି ଯୋଗୁ ଉଦ୍ଧାର କାର୍ଯ୍ୟ ଠିକ୍ ଭାବେ ହୋଇପାରିନଥିଲା। କିନ୍ତୁ କଟକ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା ଦିନରେ ହୋଇଥିବାରୁ ରେସକ୍ୟୁ ଅପରେସନରେ କୌଣସି ବାଧା ନଥିଲା। ସ୍ପଷ୍ଟ ଆଲୋକ ଯୋଗୁ ଆହତ ଯାତ୍ରୀଙ୍କୁ ବଗିରୁ ଉଦ୍ଧାର କରିବା ସହଜ ହୋଇଥିଲା। ତେବେ ଆହତମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆହତଙ୍କର ଚିକିତ୍ସାରେ ଯେପରି କୌଣସି ଅବହେଳା ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। 

ଦୁର୍ଘଟଣା ପରେ ପ୍ରଭାବିତ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଇବା ପାଇଁ ସ୍ବତନ୍ତ୍ର ଟ୍ରେନ ଗଡ଼ିଛି। କିଛି ସ୍ଥାନୀୟ ଯାତ୍ରୀଙ୍କୁ ବସ ଯୋଗେ ପଠାଯାଇଛି। ଖସିଯାଇଥିବା ଟ୍ରାକର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସେପଟେ ମୃତ ଶୁଭଙ୍କର ରୟଙ୍କ ପରିବାର ଲୋକଙ୍କୁ ରେଳବାଇ ପକ୍ଷରୁ ଯୋଗାଯୋଗ କରାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe