ରାଜଧାନୀରେ ଲୁଟ କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ ଘଟଣା ; ୨ ଅଭିଯୁକ୍ତ ଅଟକ

ରାଜଧାନୀ ମୈତ୍ରୀ ବିହାର ଦୁଷ୍କର୍ମ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସର ତଦନ୍ତ । ରବିବାର ବିଳମ୍ବିତ ରାତିରେ ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।

1311111111111111111

କନକ ବ୍ୟୁରୋ: ଭୁବନେଶ୍ୱର ମୈତ୍ରୀ ବିହାରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ୨ଜଣ ଅଟକ । ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ରବିବାର ବିଳମ୍ବିତ ରାତିରେ ଦୁଷ୍କର୍ମର ଶୀକାର ହୋଇଥିଲେ ମହିଳା । ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କୁ ଏକୁଟିଆ ପାଇଁ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ଜଣକ ସୋମବାର ଦିନ ଥାନାରେ ଏତଲା ଦେଇଥିଲେ । ଗତକାଲି ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୋଲିସ ତତ୍ପରତା ଦେଖାଇଥିଲା । 

ଅଭିଯୋଗ ଅନୁସାରେ , ଏକ ଆପାର୍ଟମେଣ୍ଟରେ ଲୁଟ୍ କରିବାକୁ ଆସିଥିଲେ ଦୁଇ ଲୁଟେରା । ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ । ବାଲକୋନି କବାଟ ଖୋଲାଥିବାରୁ ଅତି ସହଜରେ ଘର ଭିତରକୁ ପଶିଯାଇଥିଲେ। ଘରେ ଥିବା ଆଲମାରୀରେ ଖୋଜାଖୋଜି କରିଥିଲେ। ଘରେ ଥିବା ମହିଳାଙ୍କ ସହ ଚୋରଙ୍କ ମୁହାଁମୁହିଁ ହୋଇଥିଲା। ଘରେ ରଖିଥିବା ସବୁ ସୁନା ଲୁଟି ନେବା ପରେ ମହିଳାଙ୍କ ସହ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe