କନକ ବ୍ୟୁରୋ : ବିହାର ନିର୍ବାଚନରେ ବିଜେପି ଆସନ ପାଇଁ ମୈଥିଳୀ ଠାକୁରଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ତାଙ୍କ ବାପା ରମେଶ ଠାକୁର କହିଛନ୍ତି ଯେ ଯଦି ଝିଅକୁ ସୁଯୋଗ ମିଳେ ତେବେ ଏହା ଆମ ପାଇଁ ଗର୍ବର ବିଷୟ । ମୈଥିଳୀଙ୍କ ବାପା କହିଛନ୍ତି, "ଆମେ ୧୯୯୫ ମସିହାରେ ବିହାର ଛାଡ଼ିଥିଲୁ ଏବଂ ସେବେଠାରୁ ଦିଲ୍ଲୀରେ ରହୁଛୁ କାରଣ ୧୯୯୫ ମସିହାରେ ଜାତି ରାଜନୀତି ଆରମ୍ଭ ହୋଇଥିଲା । ଆମେ ବ୍ରାହ୍ମଣ ସମ୍ପ୍ରଦାୟରୁ ଆସିଛୁ ଏବଂ ସେଠାରେ ଜାତି ରାଜନୀତି ଆରମ୍ଭ ହୋଇସାରିଛି ।" ଏହି କାରଣରୁ ଆମକୁ ବିହାର ଛାଡିବାକୁ ପଡ଼ିଥି ଲା, କିନ୍ତୁ ଏବେ ବିହାର ବଦଳି ଯାଇଛି । ସେଠାରେ ୨୪ ଘଣ୍ଟା ବିଦ୍ୟୁତ୍ ଅଛି । ରାସ୍ତାଗୁଡ଼ିକ ଉନ୍ନତ ହୋଇଛି । ତେଣୁ ବିହାର ଫେରିବା ପରେ ଆମେ ଆମର ଘରକୁ ନିଜର କରିବାକୁ ଚାହୁଛୁ । ବିଜେପି ନେତାଙ୍କ ସହ ସାକ୍ଷାତ ସମ୍ପର୍କରେ ରମେଶ କହିଛନ୍ତି, "ଆମେ ବିଜେପି ନେତାଙ୍କ ସହିତ ସାକ୍ଷାତ କରିଥିଲୁ । ସେମାନେ କହିଥିଲେ ଯେ ଆମେ କାମ କରିବା ଉଚିତ ।  

Advertisment
maithali-thakur
maithali-thakur Photograph: (google)

ଦରଭଙ୍ଗା ନା ମଧୁବଣୀ, ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ?

ଯେତେବେଳେ ମୈଥିଳୀଙ୍କୁ ପଚରାଗଲା ଯେ ସେ କେଉଁଠାରେ ନିର୍ବାଚନ ଲଢ଼ିବେ, ଦରଭଙ୍ଗା କି ମଧୁବାଣୀ, ସେ ଉତ୍ତର ଦେଇଥିଲେ, "ମୁଁ ମୋ ପରିବାର ସହିତ ପ୍ରବାସର ଯନ୍ତ୍ରଣା ସହିଛି । ଏବେ ଆମେ ଗାଁକୁ ଫେରିବାକୁ ଚାହୁଛୁ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ମାତ୍ର ତିନି ଦିନ ପୂର୍ବରୁ ବିହାର ଗସ୍ତ କରିଥିଲେ । ତାଙ୍କ ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ରାଜ୍ୟର ସେବା କିପରି କରିପାରିବା ସେ ବିଷୟରେ ତାଙ୍କର ଆଲୋଚନା ମୈଥିଳୀଙ୍କୁ ପ୍ରଭାବିତ କରିଥିଲା । ସେ କହିଥିଲେ ‘‘ଏହା ପୂର୍ବରୁ ମୁଁ କେବେ ରାଜନୀତିରେ ପ୍ରବେଶ କରିବାକୁ ଚିନ୍ତା କରିନଥିଲି କିନ୍ତୁ ବର୍ତ୍ତମାନ ଏ ଦିଗରେ ଆଗକୁ ବଢ଼ିବାକୁ ଚିନ୍ତା କରୁଛି । ଯଦି ମୋତେ ସାମ୍ନାରୁ ସୁଯୋଗ ମିଳୁଛି, ତାହେଲେ ଏହାକୁ ହାତଛଡ଼ା କାହିଁକି କରିବି ! ମୁଁ ପ୍ରଥମେ ଦରଭଙ୍ଗା କିମ୍ବା ମଧୁବାଣୀରୁ ନିର୍ବାଚନ ଲଢ଼ିବାକୁ ଚାହୁଛି । କିନ୍ତୁ ଦଳ ଯାହା ନିଷ୍ପତ୍ତି ନେବ ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ । ମୈଥିଳୀ କହିଛନ୍ତି ଯେ ବିହାରରେ ଏବେ ବୋହୂ ଏବଂ ଝିଅମାନେ ନିର୍ଭୟରେ ବାହାରେ ବୁଲି ପାରୁଛନ୍ତି । ରାତି ୧୨ ଟାରେ ମଧ୍ୟ ଘରୁ ବାହାରି ପାରୁଛନ୍ତି ।’’