ଲାଲ୍ ବାହିନୀରେ ହଲଚଲ୍ ।  କାହିଁକି ପଦରୁ ହଟିଲେ ମାଓନେତା ହିଡ଼ମା ?

Advertisment

ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ବସ୍ତର ଡିଭିଜନ ମୁଖ୍ୟ ପଦରୁ ହିଡ଼ମାଙ୍କୁ ହଟାଇ ଦିଆଯିବା ପରେ ହଲଚଲ ସୃଷ୍ଟି ହୋଇଛି । ଗତ ମାସେ ମଧ୍ୟରେ ଛତିଶଗଡ଼ରେ ମାଓନେତା ଚଲପତିଙ୍କ ସହ ୪୫ରୁ ଅଧିକ, ୧୩ ମାସରେ ୨୩୦ରୁ ଅଧିକ, ଏପରିକି ହିଡ଼ମାଙ୍କ ଅଞ୍ଚଳରେ ୧୮୦ରୁ ଅଧିକ ମାଓବାଦୀ ମରିଛନ୍ତି ।

ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ବସ୍ତର ଡିଭିଜନ ମୁଖ୍ୟ ପଦରୁ ହିଡ଼ମାଙ୍କୁ ହଟାଇ ଦିଆଯିବା ପରେ ହଲଚଲ ସୃଷ୍ଟି ହୋଇଛି । ଗତ ମାସେ ମଧ୍ୟରେ ଛତିଶଗଡ଼ରେ ମାଓନେତା ଚଲପତିଙ୍କ ସହ ୪୫ରୁ ଅଧିକ, ୧୩ ମାସରେ ୨୩୦ରୁ ଅଧିକ, ଏପରିକି ହିଡ଼ମାଙ୍କ ଅଞ୍ଚଳରେ ୧୮୦ରୁ ଅଧିକ ମାଓବାଦୀ ମରିଛନ୍ତି ।

vlcsnap-2025-02-02-21h40m42s903

କନକ ବ୍ୟୁରୋ : ମାଓ ସଙ୍ଗଠନରେ ବଡ଼ ପରିବର୍ତ୍ତନ । ଦୁର୍ଦ୍ଦାନ୍ତ ମାଓନେତା ହିଡ଼ମାଙ୍କୁ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ପଦରୁ ହଟା ଯିବା ଖବର ଲାଲ୍ କରିଡରରେ ହଲଚଲ୍ ସୃଷ୍ଟି କରିଛି । ବାରମ୍ବାର ଏନକାଉଣ୍ଟରରେ ମାଓବାଦୀ ପ୍ରାଣ ହରାଉ ଥିବାରୁ ସଂଗଠନର ଶୀର୍ଷ ନେତୃତ୍ୱ ହିଡ଼ମାଙ୍କୁ ହଟାଇ ଝାଡ଼ଖଣ୍ଡର ପତିରାମ ମାଁଝିଙ୍କୁ ଦାୟିତ୍ୱ ଦେଇଛନ୍ତି । କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ । 

 
ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ବସ୍ତର ଡିଭିଜନ ମୁଖ୍ୟ ପଦରୁ ହିଡ଼ମାଙ୍କୁ ହଟାଇ ଦିଆଯିବା ପରେ ହଲଚଲ ସୃଷ୍ଟି ହୋଇଛି । ଗତ ମାସେ ମଧ୍ୟରେ ଛତିଶଗଡ଼ରେ ମାଓନେତା ଚଲପତିଙ୍କ ସହ ୪୫ରୁ ଅଧିକ, ୧୩ ମାସରେ ୨୩୦ରୁ ଅଧିକ, ଏପରିକି ହିଡ଼ମାଙ୍କ ଅଞ୍ଚଳରେ ୧୮୦ରୁ ଅଧିକ ମାଓବାଦୀ ମରିଛନ୍ତି । ହି ଡ଼ମାଙ୍କ ଗାଁ ପୁବର୍ତ୍ତି  ପାଲଟିଛି ସିଆରପିଏଫ ହେଡକ୍ୱାର୍ଟର୍ସ । ଏଣୁ ମାଓ ନେତୃତ୍ବ ଆସ୍ଥା ହରାଇ ହିଡ଼ମାଙ୍କୁ ପଦରୁ ହଟାଇ ଦେଇଥିବା ଚର୍ଚ୍ଚା ହେଉଛି । 
 
ଛତିଶଗଡ଼ର ପୁବର୍ତ୍ତି ଗାଁର ହିଡ଼ମା, ଦଶମ ଶ୍ରେଣୀରୁ ମାଓ ସଂଗଠନରେ ସାମିଲ ହୋଇଥିଲେ। ଚିନ୍ତାଲନାରେ ୭୮ ସିଆରପିଏଫ୍ ଯବାନଙ୍କୁ ହତ୍ୟା, ୨୦୧୩ରେ ଦର୍ଭା ଘାଟିରେ ୨୭ କଂଗ୍ରେସ କର୍ମୀଙ୍କୁ ହତ୍ୟା, ୨୦୧୭ ବୁର୍କାପାଲରେ ୨୬ ଯବାନଙ୍କୁ ହତ୍ୟା ପରି ହିଂସାରେ ସମ୍ପୃକ୍ତ ଥିଲେ। ତାପରେ ହିଡ଼ମା ୨୦୧୭ରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହୋଇଥିଲେ। କେନ୍ଦ୍ରୀୟ କମିଟି ମୁଖ୍ୟ ଗଣପତିଙ୍କ ପରେ ନମ୍ବାଲା କେଶବ ରାଓଙ୍କ ସମୟରେ ଅଧିକ ଶକ୍ତିଶାଳୀ ହୋଇଥିଲେ ହିଡ଼ମା ।
 
ହିଡ଼ମାଙ୍କ ସ୍ଥାନରେ ଝାଡ଼ଖଣ୍ଡର କୁଖ୍ୟାତ ମାଓନେତା ପତିରାମ ମାଁଝିଙ୍କୁ କେନ୍ଦ୍ରୀୟ କମିଟିର ସଦସ୍ୟ ଭାବେ ପଦୋନ୍ନତି ସହ ପିଏଲଜିଏ ବାଟାଲିୟନ ନଂ-୧ର ମୁଖ୍ୟ ଦାୟିତ୍ୱ ଦିଆଯାଇଛି । ଏହା ପରେ ସୁରକ୍ଷା ବାହିନୀ ମାଓବାଦୀଙ୍କ ଉପରେ ଆହୁରି କଡ଼ା ନଜର ରଖିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe