ସୋର ଲୁଟ୍ ଘଟଣାର ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ; ୨ଟି ବନ୍ଧୁକ ସହ ଗୁଳି ଜବତ

ସୋରୋ ଗୁଳିକରି ଲୁଟ୍ ଘଟଣା ; ଭଦ୍ରକରୁ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗିରଫ । ୨ ଟି ବନ୍ଧୁକ ସହ ୨୦ଟି ଅଫୁଟା ଗୁଳି ଜବତ । ଅଭିଯୁକ୍ତ ନାଁରେ ରହିଛି ୧୯ରୁ ଅଧିକ ମାମଲା । 

Accused arrest

Accused arrest Photograph: (KanakNews)

କନକ ବ୍ୟୁରୋ: ବାଲେଶ୍ୱର ପୁଲିସକୁ ସଫଳତା। ୨୪ ଘଣ୍ଟା ମଧ୍ୟରେ ଧରାଗଲା ମୁଖ୍ୟ ଅଭିଯୁକ୍ତ ବାପି ପାଣି । ଗତକାଲି ସୋର ଥାନା ତେଣ୍ଟେଇ ପଞ୍ଚାୟତ ଦୟାନିଧିପୁରରେ ଗୁଳି ମାଡ଼ କରି ଲୁଟ୍ କରିଥିଲା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍  ସୁନା, ରୁପା ସହ ଟଙ୍କା ଜବତ କରିଛି ପୁଲିସ ।  ୨ଟି ବନ୍ଧୁକ ସହ ୨୦ ଟି ଜୀବନ୍ତ ଗୁଳି ଜବତ  ହୋଇଛି । ବାଲେଶ୍ୱର ଏସପି ରାଜ ପ୍ରସାଦଙ୍କ ସୂଚନା ଅନୁସାରେ , ୧୯ଟି ମାମଲାରେ ସମ୍ପୃକ୍ତ ଥିଲା ଏହି ମୁଖ୍ୟ ଅଭିଯୁକ୍ତ । ବାଲେଶ୍ୱର, ଭଦ୍ରକ, ବାସୁଦେବପୁର, ରାଉରକେଲାରେ ଆତଙ୍କ ଖେଳାଉଥିଲା ଏହି ଅଭିଯୁକ୍ତ । ଖୁବଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି କହିଲେ ଏସପି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe