କନକ ବ୍ୟୁରୋ : କିନ୍ନର ହତ୍ୟା ମାମଲାରେ ଏନକାଉଣ୍ଟର । ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ପୁଲିସ୍ ଗୁଳିରେ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ଆହତ ହୋଇଛି । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଆହତ ଅଭିଯୁକ୍ତକୁ କଟକ ସ୍ଥାନାନ୍ତର କରାଯାଇଛି । ଆଜି ପିପିଲି ପୁଲିସକୁ ଖବର ମିଳିଥିଲା ଯେ, କିନ୍ନର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡି ତାରକାଜୁ ନିକଟରେ ଦେଖାଯାଇଛି । ଧରିବାକୁ ପୁଲିସ୍ ଟିମ୍ ପିଛା କରିଥିଲା ।
ଅଧିକ ପଢନ୍ତୁ : ଆନ୍ଧ୍ର-ଓଡ଼ିଶା ସୀମାରେ ଏନକାଉଣ୍ଟର ; କୁଖ୍ୟାତ ମାଓବାଦୀ ହିଡ୍ମା ନିପାତ
ପୁଲିସକୁ ଦଳକୁ ଦେଖି କୃଷ୍ଣ କାଣ୍ଡି ଖସିଯିବାକୁ ଚେଷ୍ଟା କରିଥିଲା । ଏହାସହ ପୁଲିସ୍ ଦଳ ଉପରେ ଗୁଳି ଚଳାଇଥିଲା । ଜବାବରେ ପୁଲିସ୍ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଅଭିଯୁକ୍ତ କାଣ୍ଡିଙ୍କ ଗୋଡ଼ରେ ଆଘାତ ଲାଗିଥିଲା, ପୋଲିସ ଦଳ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ପିପିଲି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ ଏବଂ ଅଧିକ ଚିକିତ୍ସା ପାଇଁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କ୍ରିଷ୍ଣା କାଣ୍ଡି ଧରାପଡ଼ିଥିଲେ ମଧ୍ୟ କିନ୍ନର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅପରାଧୀ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/trandgender-2026-02-12-08-27-29.jpg)