ସହଦେଵ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଲା ବିଏମସି

ସହଦେଵ ନାୟକ ହତ୍ୟା ମାମଲା । କେଦାରପଲ୍ଲୀ ବସ୍ତିରେ ଅଭିଯୁକ୍ତର ଘର ଭାଙ୍ଗିଲା ପ୍ରଶାସନ । ମୁଖ୍ୟ ଅଭିଯୁକ୍ତ ରମା ନାୟକର ଘର ଭାଙ୍ଗିଲା ବିଏମସି । ଘଟଣାରେ ୬ ଜଣଙ୍କୁ କରାଯାଇଛି ଗିରଫ । 

accused-a

କନକ ବ୍ୟୁରୋ: ଭୁବନେଶ୍ୱରରେ ସହଦେଵ ନାୟକ ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ରମା ନାୟକର ଘର ଭାଙ୍ଗିଲା ପ୍ରଶାସନ । କେଦାର ପଲ୍ଲୀରେ ଥିବା ମୁଖ୍ୟ ଅଭିଯୁକ୍ତ ରମା ନାୟକକୁ ଗତ ଫେବ୍ରୁଆରି ୧୬ ତାରିଖରେ ଗିରଫ କରିଥିଲା କମିସନରେଟ୍‌ ପୁଲିସ । ଜାନୁଆରି ୮ ତାରିଖରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ହତ୍ୟା କରାଯାଇଥିଲା । ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ସହଦେବଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ ଦୁର୍ବୃତ୍ତ । ପୁଲିସ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି । ଏବେ ଅଭିଯୁକ୍ତର ଘର ଭଙ୍ଗାଯାଇଛି ।

ଗତ ଜାନୁଆରି ୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଘଟଣାର ପରଦିନ ହିଁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ସୂଚନା ଦେଇଥିଲା । ରମା ନାୟକ ଓ ଅନ୍ୟ ଦୁଇ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ ଓ ରକି ନାୟକ  ସହଦେବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe