କନକ ବ୍ୟୁରୋ: ଭୁବନେଶ୍ୱରରେ ସହଦେଵ ନାୟକ ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ରମା ନାୟକର ଘର ଭାଙ୍ଗିଲା ପ୍ରଶାସନ । କେଦାର ପଲ୍ଲୀରେ ଥିବା ମୁଖ୍ୟ ଅଭିଯୁକ୍ତ ରମା ନାୟକକୁ ଗତ ଫେବ୍ରୁଆରି ୧୬ ତାରିଖରେ ଗିରଫ କରିଥିଲା କମିସନରେଟ୍ ପୁଲିସ । ଜାନୁଆରି ୮ ତାରିଖରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ହତ୍ୟା କରାଯାଇଥିଲା । ରସୁଲଗଡ଼ ଓଭରବ୍ରିଜ୍ ଉପରେ ସହଦେବଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ ଦୁର୍ବୃତ୍ତ । ପୁଲିସ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି । ଏବେ ଅଭିଯୁକ୍ତର ଘର ଭଙ୍ଗାଯାଇଛି ।
ଗତ ଜାନୁଆରି ୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଘଟଣାର ପରଦିନ ହିଁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ସୂଚନା ଦେଇଥିଲା । ରମା ନାୟକ ଓ ଅନ୍ୟ ଦୁଇ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ ଓ ରକି ନାୟକ ସହଦେବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ ।