କନକ ବ୍ୟୁରୋ: ଟିଏମସି ସାଂସଦଙ୍କୁ ବାହା ହେଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । ଉଭୟ ନେତା ଜର୍ମାନୀରେ ବାହା ହେବା ନେଇ ଖବର ମିଳିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।
ତେବେ ଦୁଇଥର ତୃଣମୂଳ କଂଗ୍ରେସ ସାଂସଦ ଥିବା ମହୁଆ ମୋଇତ୍ରା ମେ ୩ ତାରିଖରେ ପିନାକୀଙ୍କୁ ବାହା ହେଇଥିବା ନେଇ ସୂଚନା ମିଳୁଛି । ତେବେ ଏନେଇ ବିଧିବଦ୍ଧ ଭାବେ କିନ୍ତୁ କୌଣସି ଘୋଷଣା କରାଯାଇନି ।
ଜାଣିରଖିବା ଉଚିତ ଯେ, ମହୁଆ ମୋଇତ୍ରା ଏହା ପୂର୍ବରୁ ଦାନିଶଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ସହ କିନ୍ତୁ ମହୁଆଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୩ ବର୍ଷ ଧରି ସେ ଓକିଲ ଅନନ୍ତ ଦେହାଦରାଇଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ । ଆଉ ଏବେ ସେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଥିବା ନେଇ ସୂଚନା ରହିଛି ।
ମହୁଆ ଏବେ ତୃଣମୂଳ କଂଗ୍ରେସର ସାଂସଦ ରହିଛନ୍ତି । ଆଉ ଲଗାତାର ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ପିନାକୀ ମିଶ୍ର ବିଜୁ ଜନତା ଦଳରୁ ୪ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ପ୍ରଥମ କରି ସାଂସଦ ହେବା ପରେ, ୨୦୦୯, ୨୦୧୪ ଏବଂ ୨୦୧୯ରେ ପୁରୀରେ ସାଂସଦ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/05/Fva5LajVzoOuEFdsXu85.jpg)