ଜମୁଛି  ’ମହାବତାର ନରସିହ୍ମା’ ; ଦେଶରେ ୧୦୦ କୋଟିରୁ ଅଧିକ ଆୟ କରିଥିବା ପ୍ରଥମ ଆନିମେଟେଡ୍ ଫିଲ୍ମ

Advertisment

ଏବେ ବକ୍ସ ଅଫିସରେ ସୈୟାରା, ସନ୍ ଅଫ୍ ସରଦାର -୨, ଧଡ଼କ୍-୨ , ଦ ଫାଣ୍ଟାଷ୍ଟିକ୍ ଫୋର୍ ; ଫାଷ୍ଟ ଷ୍ଟେପ୍ସ ସହ ଟକ୍କରରେ ଅଛି ଅନିମେଟେଡ୍ ଫିଲ୍ମ ’ମହାବତାର୍ ନରସିହ୍ମା’ । ଏଯାଏଁ ୧୦୦କୋଟିରୁ ଅଧିକ ଆୟ କରିସାରିଥିବା ଫିଲ୍ମ ଭାବେ ଏହା ହେଇଛି ଦେଶର ପ୍ରଥମ ଆନିମେଟେଡ୍ ଫିଲ୍ମ ।

narsimha

କନକ ବ୍ୟୁରୋ: ଏବେ ବକ୍ସ ଅଫିସରେ ସୈୟାରା, ସନ୍ ଅଫ୍ ସରଦାର -୨, ଧଡ଼କ୍-୨ , ଦ ଫାଣ୍ଟାଷ୍ଟିକ୍ ଫୋର୍ ; ଫାଷ୍ଟ ଷ୍ଟେପ୍ସ ସହ ଟକ୍କରରେ ଅଛି ଅନିମେଟେଡ୍ ଫିଲ୍ମ ’ମହାବତାର୍ ନରସିହ୍ମା’ । ଏଯାଏଁ ୧୦୦କୋଟିରୁ ଅଧିକ ଆୟ କରିସାରିଥିବା ଫିଲ୍ମ ଭାବେ ଏହା ହେଇଛି ଦେଶର ପ୍ରଥମ ଆନିମେଟେଡ୍ ଫିଲ୍ମ । ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ।

ଅଶ୍ବିନୀ କୁମାରଙ୍କ ନିର୍ଦ୍ଦେଶନାରେ ବନିଥିବା ଏହି ଫିଲ୍ମ ଆନିମେଟେଡ୍ ଫିଲ୍ମ ଭାବେ ବକ୍ସ ଅଫିସରେ ଖୁବ ଜମୁଛି । ପୌରାଣିକ ଆଧାରିତ ଫିଲ୍ମ ରିଲିଜ୍ ହେବା ଦିନଠୁ ଦର୍ଶକଙ୍କ ମନ ମୋହୁଛି । ଏହା ଦର୍ଶକଙ୍କ ଏତେ ପସନ୍ଦ ଆସିଛି ଯେ, ଏହା ଭାରତରେ ଆଗରୁ ହୋଇଥିବା ସବୁ ଆନିମେଟେଡ୍ ଫିଲ୍ମକୁ ପଛରେ ପକାଇଛି । ମଙ୍ଗଳବାର ସୁଦ୍ଧା ଏହା ୧୦୦କୋଟିରୁ ଅଧିକ ଆୟ କରିଛି ।
 
 ’ମହାବତାର ନରସିହ୍ମା’ ମଙ୍ଗଳବାର ଏକାଧିକ ଭାଷାରେ ରିଲିଜ୍ ହୋଇଛି । ୧୨ ଦିନରେ ଏହା ୧୦୬. ୦୫ କୋଟି ଆୟ କରିଥିବା କୁହାଯାଉଛି । ଭଗବାନ ବିଷ୍ଣୁଙ୍କ ଦଶାବତାର ଉପରେ ଆଧାରିତ ଏକ ଆନିମେଟେଡ୍ ଫ୍ରାଞ୍ଚାଇଜର ଏହା ପ୍ରଥମ ଫିଲ୍ମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe