ମହାଶିବରାତ୍ରିରେ ଶେଷ ହେଲା ମହାକୁମ୍ଭର ମହାସ୍ନାନ ।  ୪୫ ଦିନରେ ବୁଡ଼ ପକାଇଲେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ

ମହାଶିବରାତ୍ରୀ ସହ ଶେଷ ହୋଇଛି ମହାକୁମ୍ଭ ମେଳା । ଗଙ୍ଗା ନଦୀ କୂଳରେ ୪୫ ଦିନ ଧରି ଚାଲିଥିଲା ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ମେଳା । ଯେଉଥିରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ସାଧୁସନ୍ଥଙ୍କଠାରୁ ନେଇ ସାଧାରଣ ଲୋକେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି ।

Mahakumbha 11

Photograph: (kanaknews )

କନକ ବ୍ୟୁରୋ : ମହାଶିବରାତ୍ରୀ ସହ ଶେଷ ହୋଇଛି ମହାକୁମ୍ଭ ମେଳା । ଗଙ୍ଗା ନଦୀ କୂଳରେ ୪୫ ଦିନ ଧରି ଚାଲିଥିଲା ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ମେଳା । ଯେଉଥିରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ସାଧୁସନ୍ଥଙ୍କଠାରୁ ନେଇ ସାଧାରଣ ଲୋକେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ଶେଷ ଦିନରେ ମଧ୍ୟ ସଙ୍ଗମ ସ୍ଥଳରେ ଦେଖିବାକୁ ମିଳିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତ ଆସିଥିବାରୁ ପ୍ରୟାଗରାଜରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ । ମହାକୁମ୍ଭର ଶେଷ ଦିନରେ ଭାରତୀୟ ବାୟୁସେନା ମେଳା ଅଞ୍ଚଳରେ ଏକ ଏୟାର ସୋ’ର ଆୟୋଜନ କରିଥିଲା । ହେଲିକପ୍ଟରରୁ ଶ୍ରଦ୍ଧାଳୁଙ୍କ ଉପରକୁ ଫୁଲ ବର୍ଷା କରାଯାଇଥିଲା । ଅନ୍ତିମ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମଗ୍ର କୁମ୍ଭମେଳା ଅଞ୍ଚଳକୁ ‘ନୋ ଭେଇକିଲ ଜୋନ୍’ରେ ପରିଣତ କରାଯାଇଥିଲା ।  କୌଣସି ବ୍ୟକ୍ତିଙ୍କୁ ଭିଆଇପି ସୁବିଧା ଦିଆଯାଇନଥିଲା । ଉତ୍ତରପ୍ରଦେଶ ସରକାର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ସୁରକ୍ଷା ପରାମର୍ଶାବଳୀ ଜାରି କରିଥିଲେ। ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିଲା ମହାକୁମ୍ଭ । ମେଳାରେ ୩ଟି ଅମୃତ ସ୍ନାନ ସମେତ ୬ଟି ସ୍ୱତନ୍ତ୍ର ସ୍ନାନ ଦେଖିବାକୁ ମିଳିଥିଲା । ପ୍ରଥମଟି ଜାନୁଆରି ୧୩ ପୌଷ ପୂର୍ଣ୍ଣିମା, ଜାନୁଆରି ୧୪ ମକର ସଂକ୍ରାନ୍ତି, ଜାନୁଆରି ୨୯ ମୌନୀ ଅମାବାସ୍ୟା, ଫେବ୍ରୁଆରି ୩ ବସନ୍ତ ପଞ୍ଚମୀ, ଫେବ୍ରୁଆରି ୧୨ ମାଘ ପୂର୍ଣ୍ଣିମା ଏବଂ ଶେଷରେ ଫେବ୍ରୁଆରି ୨୬ ମହାଶିବରାତ୍ରି ।

୪୫ ଦିନ ଧରି ଚାଲିଲା ମହାକୁମ୍ଭ ମେଳା
ମହାଶିବରାତ୍ରିରେ ଶେଷ ହେଲା ମହାସ୍ନାନ
ବୁଡ଼ ପକାଇଲେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ
ଶେଷ ଦିନ ବନ୍ଦ ଥିଲା ଭିଆଇପି ବ୍ୟବସ୍ଥା
ସୁରକ୍ଷା ଦାୟିତ୍ବରେ ଥିଲେ ୩୭ ହଜାର ପୋଲିସ
୨୭୫୦ଟି ଏଆଇ ସିସିଟିଭି କ୍ୟାମେରା ଲାଗିଥିଲା
୧୮ଟି କଣ୍ଟ୍ରୋଲ ରୁମ୍ ଏବଂ ୫୦ଟି ୱାଚ୍ ଟାୱାରରୁ ରଖାଯାଉଥିଲା ନଜର
ବାୟୁସେନା ପକ୍ଷରୁ ଏୟାର ସୋ’ର ଆୟୋଜନ
ହେଲିକପ୍ଟରରୁ ଶ୍ରଦ୍ଧାଳୁଙ୍କ ଉପରକୁ ଫୁଲ ବର୍ଷା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe