କନକ ବ୍ୟୁରୋ : ଆଜି ମହାଶିବରାତ୍ରୀ, ଜାଗରରେ ଅନେକ ଭକ୍ତ ଶିବ ମନ୍ଦିର ଯାଇ ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରିଥିବେ ନିଶ୍ଚୟ । ମହାଦେବ ମନ୍ଦିର ଆଗରେ ବସିରହିଥିବା ନନ୍ଦି ଦେବଙ୍କର ବି ପୂଜା କରିଥିବେ । ନିଜର ଯାହା ମନସ୍କାମନା ଥିବ ନନ୍ଦିଙ୍କ କାନରେ କହିଥିବେ । କିନ୍ତୁ ଆପଣ ଜାଣନ୍ତି କି, ବାବାଙ୍କ ସାମ୍ନାରେ ବସି ରହିଥିବା ବାବାଙ୍କ ବାହାନ ନନ୍ଦି ଗୋଟିଏ ଗୋଡକୁ କାହିଁକି ଉଠାଇ ବସିଛନ୍ତି । ଏହା ପଛରେ ଅନେକ ପୌରାଣିକ କାରଣ ରହିଛି । ଆସନ୍ତୁ ଜାଣିବା...

Advertisment

ପୌରାଣିକ କଥା ଅନୁସାରେ, ନନ୍ଦି ଦେବ, ଭଗବାନ ଶିବଙ୍କ ଭକ୍ତ ସହ ଭଗବାନ ଶିବଙ୍କ ବାହନ ମଧ୍ୟ । ପ୍ରତ୍ୟେକଟି ଶିବ ମନ୍ଦିରରେ ଶିବଙ୍କ ଗମରା ଆଗରେ ନନ୍ଦି ଦେବ ବିରାଜମାନ ହୋଇ ରହିଥାନ୍ତି । କୁହାଯାଏ ମହାଦେବ ଶିବଙ୍କ ପୂଜା କରିବା ସହ ନନ୍ଦିଙ୍କ ପୂଜା କରିବା ବି ଜରୁରୀ ହୋଇଥାଏ । ଯାହାଙ୍କ ମାଧ୍ୟମରେ ମହାଦେବ ତାଙ୍କ ଭକ୍ତଙ୍କ ଡାକ ଶୁଣିଥାନ୍ତି । କିନ୍ତୁ ନନ୍ଦି ଦେବ ଗୋଟେ ଗୋଡ ଉଠାଇ ରଖିବା ପଛରେ ଅନେକ ପୌରାଣିକ କାହାଣୀ ରହିଛି । ଯାହା ଜାଣିବା ନିହାତି ଜରୁରୀ । ପୌରାଣୀକ କଥା ଅନୁସାରେ, ନନ୍ଦିଙ୍କ ୪ ଗୋଡ ଦୟା, ସତ୍ୟ, ଅହିଂସା ଓ ଶାନ୍ତିର ପ୍ରତିକ ହୋଇଥାଏ । କେବଳ ଏତିକି ନୁହେଁ ନନ୍ଦି ଦେବ ସ୍ୱୟଂ ଧର୍ମର ପ୍ରତିକ ଅଟନ୍ତି । ନନ୍ଦିଙ୍କ ଗୋଟେ ଗୋଡ ଉଠାଇ ରଖିବା ଏହା ସଂକେତ ଦେଇଥାଏ କି, କଳିଯୁଗରେ ଆଉ ମାତ୍ର ଏକ ଚତୁର୍ଥାଂସ  ଧର୍ମ ବଞ୍ଚି ରହିଛି । ନନ୍ଦି ଦେବ ସବୁବେଳେ ମହାଦେବଙ୍କ ଗମରା ସମ୍ମୁଖରେ ବସି ରହିଥାନ୍ତି, ଆଉ ବାବାଙ୍କୁ ଦେଖୁଥାନ୍ତି, ଯାହା ଦର୍ଶାଇଥାଏ, ଜୀବନର ଉଦେଶ୍ୟ ଏକତା ଏବଂ ଧର୍ମ ଅଟେ ।