କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟ ମହାୟୁତିକୁ ବହୁମତ ମିଳିଥିଲେ ବି କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି । ଏକନାଥ ସିନ୍ଦେ, ଅଜିତ୍ ପାୱାର ଓ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି । ହେଲେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏକନାଥ ସିନ୍ଦେ ଅସନ୍ତୋଷ ଥିବା କଥା କୁହାଯାଉଛି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେଙ୍କ ବୟାନ ଏବେ ମହାରାଷ୍ଟ୍ର ମହାୟୁତିରେ ନିଆଁ ଲଗାଇ ଦେଇଛି । 

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଅଠାୱଲେ କହିଛନ୍ତି କି, ଏକନାଥ ସିନ୍ଦେ ଯଦି ଉପମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ନଚାହୁଁଛନ୍ତି ତେବେ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉ । ଏହାସହ ସେ ଏକନାଥ ସିନ୍ଦେଙ୍କୁ ପରାମର୍ଶ ଦେଇ କହିଛନ୍ତି କି, ଅଢେଇ ବର୍ଷ ତଳେ ଯେଭଳି ଭାବେ ଦେବେନ୍ଦ୍ର ଫଡନଭିସ ଦୁଇପାଦ ପଛକୁ ଫେରିଥିଲେ, ସେହିଭଳି ସିନ୍ଦେ ମଧ୍ୟ ପଛକୁ ଫେରି ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୋଷ୍ଟ ରୁହନ୍ତୁ । 

ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଏଥର ୨୮୮ ଆସନରୁ ଏକାକୀ ବିଜେପି ୧୩୨ ଆସନରେ ବିଜୟୀ ହୋଇଥିବା ବେଳେ ସିନ୍ଦେ ଗୋଷ୍ଠୀ ଶିବସେନାକୁ ୫୭ ଓ ଅଜିତ ପାୱାର ଗୋଷ୍ଠୀ ଏନସିପିକୁ ୪୧ ଆସନ ସହ ମୋଟ ମହାୟୁତି ମେଣ୍ଟକୁ ୨୩୫ ଆସନ ମିଳିଥିଲା ।