କନକ ବ୍ୟୁରୋ :ପୁଣେରେ ଚିନ୍ତା ବଢାଇଲାଣି ଜିବିଏସ ବ୍ୟାକ୍ଟେରିଆ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ପୁଣେରେ ‘ଜିବିଏସ’ ଆତଙ୍କ
 ୧୦୧ ରୋଗୀଙ୍କ ମଧ୍ୟରୁ ୬୮ଜଣ ପୁରୁଷ ଓ ୩୩ ମହିଳା, ୧୯ ଶିଶୁ
 ୫୦ରୁ ଅଧିକ ବୟସର ୨୩ଜଣ ରୋଗୀ ଚିକିତ୍ସିତ
 ୧୬ଜଣ ରୋଗୀ ଭେଣ୍ଟିଲେଟରରେ ଚିକିତ୍ସିତ
 ସୋଲାପୁରରେ ଜଣେ ରୋଗୀଙ୍କ ମୃତ୍ୟୁ
 
‘ଜିବିଏସ’ର ଲକ୍ଷଣ ଓ ଉପଚାର
-ଗୁଇଲେନ୍-ବାରେ ସିଣ୍ଡ୍ରୋମ ଏକ ବିରଳ ସ୍ନାୟୁ ରୋଗ 
-ତଣ୍ଟିରେ ଯନ୍ତ୍ରଣା, ଖାଦ୍ୟ ଢ଼ୋକିବାରେ ସମସ୍ୟା,ଠିକ ଭାବେ ଚାଲି ନପାରିବା
-ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ,ଶ୍ବାସକ୍ରିୟାରେ କଷ୍ଟ ଅନୁଭବ 
-କାମ୍ପିଲୋବାକ୍ଟର ଜେଜୁନି ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଛି
-ପେଟ ସଂକ୍ରମଣ ପରେ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଉଛି
-ହାତ, ଗୋଡ଼ରେ ଦୁର୍ବଳତା,ବାତ ସମସ୍ୟା ପରିଲିକ୍ଷିତ
-ଅଳ୍ପ ରନ୍ଧା ମାଂସ, କ୍ଷୀର,ଜଳାଶୟ ଦ୍ବାରା ବ୍ୟାପୁଛି
-ରୋଗ ଗମ୍ଭୀର ହେବା ଆଶଙ୍କା ରହିଛି
-ସଠିକ ସମୟରେ ଚିକିତ୍ସା, ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରେ
 
ନୂଆ ରୋଗକୁ ଲଢ଼ିବା ପାଇଁ ଆକ୍ସନ ମୋଡରେ ମହାରାଷ୍ଟ୍ର ସରକାର । ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ସେପଟେ ଘରେ ଘରେ ସ୍ବାସ୍ଥ୍ୟକର୍ମୀ ପହଁଚି ଲୋକଙ୍କୁ ସଚେତନ କରୁଛନ୍ତି ।