ପାୱାରଙ୍କ ବିନା ମହାରାଷ୍ଟ୍ର ରାଜନୀତି କିଛି ନୁହେଁ , ମହାରାଷ୍ଟ୍ର ରାଜନୀତିରେ ଆଜି କଳା ଦିନ : ସଞ୍ଜୟ

Advertisment

ଶିବସେନା ସାଂସଦ ସଞ୍ଜୟ ରାଉତ ଏହାକୁ "ମହାରାଷ୍ଟ୍ର ରାଜନୀତିରେ ଏକ କଳା ଦିନ" ବୋଲି କହିଛନ୍ତି । ସେ କହିଛନ୍ତି, ଅଜିତ ପାୱାରଙ୍କ ବିନା ମହାରାଷ୍ଟ୍ର ରାଜନୀତି କିଛି ନୁହେଁ । ତାଙ୍କୁ ସ୍ମରଣ କରି ସଞ୍ଜୟ ରାଉତ କହିଛନ୍ତି, "ଆମେ ଦାଦାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଥିଲୁ ।

ଶିବସେନା ସାଂସଦ ସଞ୍ଜୟ ରାଉତ ଏହାକୁ "ମହାରାଷ୍ଟ୍ର ରାଜନୀତିରେ ଏକ କଳା ଦିନ" ବୋଲି କହିଛନ୍ତି । ସେ କହିଛନ୍ତି, ଅଜିତ ପାୱାରଙ୍କ ବିନା ମହାରାଷ୍ଟ୍ର ରାଜନୀତି କିଛି ନୁହେଁ । ତାଙ୍କୁ ସ୍ମରଣ କରି ସଞ୍ଜୟ ରାଉତ କହିଛନ୍ତି, "ଆମେ ଦାଦାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଥିଲୁ ।

Sanjay Rout

Sanjay Rout Photograph: (kanak news)

କନକ ବ୍ୟୁରୋ : ଲୋକପ୍ରିୟ ନେତା ଅଜିତ ପାୱାର ଆଉ ନାହାନ୍ତି । ଏହା ଏମିତି ଏକ ଖବର ଯାହା କେବଳ ମହାରାଷ୍ଟ୍ର ପାଇଁ ନୁହେଁ ସାରା ଦେଶ ପାଇଁ ଦୁଃଖଦ ଘଟଣା । ଏମିତି ଏକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହେବ ବୋଲି କେହି କେବେ ଭାବିନଥିଲେ । ଅଜିତ ପାୱାରଙ୍କ ପରଲୋକରେ ସାରା ମହାରାଷ୍ଟ୍ରରେ ଶୋକର ଛାୟା ଖେଳିଯାଇଛି । ଏହାକୁ ନେଇ ସଞ୍ଜୟ ରାଉତ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । 

ଶିବସେନା ସାଂସଦ ସଞ୍ଜୟ ରାଉତ ଏହାକୁ "ମହାରାଷ୍ଟ୍ର ରାଜନୀତିରେ ଏକ କଳା ଦିନ" ବୋଲି କହିଛନ୍ତି । ସେ କହିଛନ୍ତି, ଅଜିତ ପାୱାରଙ୍କ ବିନା ମହାରାଷ୍ଟ୍ର ରାଜନୀତି କିଛି ନୁହେଁ । ଅଜିତ ପାଵାରଙ୍କୁ ସ୍ମରଣ କରି ସଞ୍ଜୟ ରାଉତ କହିଥିଲେ, "ଆମେ ଦାଦାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଥିଲୁ । କିନ୍ତୁ ଦାଦା ଫେରିଲେନି । ସେ ଜଣେ ଖୋଲା ହୃଦୟର ବ୍ୟକ୍ତିତ୍ୱ ଥିଲା, ପ୍ରତ୍ୟେକ କର୍ମୀ ତାଙ୍କୁ ଭଲ ପାଉଥିଲେ । ଆଜି ମହାରାଷ୍ଟ୍ର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି ।"

ଅଧିକ ପଢ଼ନ୍ତୁ---ଅଜିତ ପୱାରଙ୍କ ବିମାନ ଦୁର୍ଘଟଣା, ଜାଣନ୍ତୁ ୬ଟି ସମ୍ଭାବ୍ୟ କାରଣ

ସେପଟେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଖବର ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଭୟଙ୍କର ଶୋକର ଛାୟା ଖେଳାଇଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ।

ଅଜିତ ପାୱାରଙ୍କର ଦୁଇଟି ଫଟୋ ସେୟାର କରି ମୋଦୀ କହିଛନ୍ତି, "ଅଜିତ ପାୱାର ଜଣେ ଜନନେତା ଥିଲେ । ଜଣେ ପରିଶ୍ରମୀ ବ୍ୟକ୍ତି ଭାବରେ ତାଙ୍କୁ ସାଧାରଣ ଭାବରେ ସମ୍ମାନିତ କରାଯାଉଥିଲା ଯିଏ ମହାରାଷ୍ଟ୍ରର ଲୋକଙ୍କ ସେବା କରିବାରେ ସବୁଠାରୁ ଆଗରେ ଥିଲେ । ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଆଗ୍ରହ ମଧ୍ୟ ପ୍ରଶଂସନୀୟ ଥିଲା । ତାଙ୍କର ଅକାଳ ବିୟୋଗ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖଦାୟକ । ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe