କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ସ୍ବତନ୍ତ୍ର ଅଧିବେଶନ । ନିର୍ବାଚନୀ ବିଫଳତା ପରେ ଏମଭିଏ ପୁଣି ସଂଗଠିତ ହେବାକୁ ପ୍ରୟାସ କରୁଛି ଆଉ ବିଧାୟକଙ୍କ ଶପଥ ଗ୍ରହଣକୁ ବର୍ଜନ କରିଛି । ତେବେ ଅନ୍ୟ ବିଧାୟକଙ୍କୁ ଶପଥପାଠ କରାଇଛନ୍ତି କାମଚଳା ବାଚସ୍ପତି।  ପୁଣି ଥରେ ସରକାରକୁ ଫେରିଥିବା ମହାୟୁତି ଏଥର କ୍ଷମତା ଦଖଲ କରିଛି । 3 ଦିନ ଧରି ଚାଲିବାକୁ ଥିବା ଏହି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ବିଧାୟକ ଭାବେ ଶପଥ ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ୧୫ ତମ ବିଧାନସଭା ସମୂର୍ଣ୍ଣ ଅଧିବେଶନ ଆସନ୍ତା ୧୬ ଡିସେମ୍ବରରୁ ନାଗପୁରରୁ ଆରମ୍ଭ ହେବ । ତେବେ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତା 9ରେ ବାଚସ୍ପତି ଚୟନ ହେବ । ଏହାପରେ ୧୧ ଓ ୧୨ ରେ ମନ୍ତ୍ରୀମଣ୍ଡଳର ବିସ୍ତାର ଓ ବିଭାଗ ବଣ୍ଟନ ହେବା ନେଇ ଚର୍ଚ୍ଚା ହେଉଛି ।