ବିବାହର ତିନି ଦିନରେ ଯୁଦ୍ଧକ୍ଷେତ୍ରକୁ ଫେରିଲେ ଯବାନ ; ସ୍ତ୍ରୀ କହିଲେ,ଦେଶର ସୁରକ୍ଷା ପାଇଁ ମୁଁ ମୋ ସିନ୍ଦୂର ପଠାଉଛି

Advertisment

ବିବାହ କରିବା ପାଇଁ ଛୁଟି ନେଇ ଆସିଥିଲେ ଘରକୁ । ପରିବାର ବନ୍ଧୁ ବାନ୍ଧବଙ୍କ ମେଳରେ ଖୁବ୍‌ ଧୁମ୍‌ ଧାମ୍‌ରେ କଲେ ବିବାହ ହେଲେ ଦେଶରେ ଯୁଦ୍ଧ ପରିସ୍ଥିତି ଭିତରେ ଆସିଲା ଛୁଟି ବାତିଲର ଖବର ।

ବିବାହ କରିବା ପାଇଁ ଛୁଟି ନେଇ ଆସିଥିଲେ ଘରକୁ । ପରିବାର ବନ୍ଧୁ ବାନ୍ଧବଙ୍କ ମେଳରେ ଖୁବ୍‌ ଧୁମ୍‌ ଧାମ୍‌ରେ କଲେ ବିବାହ ହେଲେ ଦେଶରେ ଯୁଦ୍ଧ ପରିସ୍ଥିତି ଭିତରେ ଆସିଲା ଛୁଟି ବାତିଲର ଖବର ।

22ାେନ

Photograph: (kanakNews)

କନକ ବ୍ୟୁରୋ : ଭାରତ-ପାକ୍‌ ଭିତରେ ଚାଲିଛି ଯୁଦ୍ଧ ପରିସ୍ଥିତି,ଆକ୍ରମଣର କଡ଼ା ଜବାବ୍‌ ଦେବାକୁ ଯାଇ ପ୍ରତିଆକ୍ରମଣ କରୁଛି ଭାରତ । ତିନି ସେନା ଏବେ ପୂରା ଆଲର୍ଟରେ,ଏଭଳି ପରିସ୍ଥିତରେ ଛୁଟିରେ ଥିବା ସମସ୍ତ ସେନା ଯବାନମାନଙ୍କ ମଧ୍ୟ ଛୁଟି ବାତିଲ୍‌ କରାଯାଇଛି । ସେଥିପାଇଁ ଛୁଟି ଆସିଥିବା ଜଣେ ଭାରତୀୟ ଯବାନ ବିବାହର ମାତ୍ର ତିନି ଦିନ ପରେ ଫେରିଛନ୍ତି ଯୁଦ୍ଧ କ୍ଷେତ୍ରକୁ । 

ମହାରାଷ୍ଟ୍ରର ମନୋଜ ପଟେଲ...ସ୍ଥଳସେନାରେ କାର୍ଯ୍ୟରତ । ବିବାହ କରିବା ପାଇଁ ଛୁଟି ନେଇ ଆସିଥିଲେ ଘରକୁ । ପରିବାର ବନ୍ଧୁ ବାନ୍ଧବଙ୍କ ମେଳରେ ଖୁବ୍‌ ଧୁମ୍‌ ଧାମ୍‌ରେ କଲେ ବିବାହ ହେଲେ ଦେଶରେ ଯୁଦ୍ଧ ପରିସ୍ଥିତି ଭିତରେ ଆସିଲା ଛୁଟି ବାତିଲର ଖବର । ଜଣେ ଯବାନ ପାଇଁ ପରିବାର ପଛ କିନ୍ତୁ ଦେଶର ସୁରକ୍ଷା ଆଗ,ସେଥିପାଇଁ ସଙ୍ଗେ ସଙ୍ଗେ ବାହାରିଗଲେ ମନୋଜ । ଆଖିରେ ଆଖିଏ ଲୁହ ଆଉ ମନରେ କୋହ ଧରି ପୁଅ ମନୋଜଙ୍କୁ ରଣକ୍ଷେତ୍ରକୁ ପଠାଇଛନ୍ତି ତାଙ୍କ ପରିବାର । 

ସ୍ୱାମୀଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇବା ସମୟରେ ନବ ବିବାହିତା ପତ୍ନୀ କହିଥିବା ପଦେ କଥାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଲୁହଭରା ଆଖିରେ ମନୋଜଙ୍କ ପତ୍ନୀ କହିଛନ୍ତି,ଦେଶର ସୁରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରକୁ ମୁଁ ମୋ ସିନ୍ଦୂର ପଠାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe