କନକ ବ୍ୟୁରୋ : ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଲାଣି । ଏହି କ୍ରମରେ ଇଭିଏମକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ବିଜେପି ପ୍ରଶ୍ନ କରିଛି । ସେପଟେ ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଂଜୟ ରାୱତ ପ୍ରାରମ୍ଭିକ ଫଳାଫଳକୁ ନେଇ ଚକିତ ହୋଇଛନ୍ତି । ସେ କହିଛନ୍ତି କି, ଏହା ଜନତାଙ୍କ ମତ ନୁହେଁ, କେଉଁଠି ନା କେଉଁଠି ମହାୟୁତି ଗଡବଡ କରିଛି । ସଂଜୟ ରାୱତଙ୍କ ଏଭଳି ବୟାନର ଜବାବ ରଖିଛନ୍ତି ବିଜେପି ନେତା ସୁଧାଂଶୁ ତ୍ରିବେଦୀ ସେ କହିଛନ୍ତି କି, ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟରେ ଆଗରେ ଚାଲିଛି । ତେଣୁ ବିରୋଧୀ ଝାଡଖଣ୍ଡରେ ଇଭିଏମ ଉପରେ ଦୋଷ ଦେଉନାହାଁନ୍ତି । ଲୋକସଭା ନିର୍ବାଚନ ଫଳାଫଳ କଥା ଉଠାଇ ସଂଜୟ କହିଛନ୍ତି କି, ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଅଧିକ ୪ ରୁ ୫ ଆସନ ମିଳିଥିଲା, ହେଲେ ମୋଦୀ ସରକାର ତାହାକୁ ଚୋରି କରିନେଲେ । କେବଳ ସଂଜୟ ରାୱତ ନୁହେଁ ବରଂ କଂଗ୍ରେସ ମଧ୍ୟ ଇଭିଏମକୁ ନେଇ ସମାନ ଅଭିଯୋଗ ଆଣିଛି । ଦଳର ନେତା ଅଦିତ ରାଜ କହିଛନ୍ତି କି, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ସ୍ୱୀକାର ନୁହେଁ, ଇଭିଏମରେ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ଇଭିଏମ ନେଇ ବିରୋଧୀଙ୍କୁ ବିଜେପିର ପ୍ରଶ୍ନ । ସଂଜୟ ରାୱତ କହିଲେ, ରହିଛି କିଛି ନା କିଛି ଗଡବଡ଼, ପରାଜୟ ସ୍ୱୀକାର ନୁହେଁ
ସେପଟେ ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଂଜୟ ରାୱତ ପ୍ରାରମ୍ଭିକ ଫଳାଫଳକୁ ନେଇ ଚକିତ ହୋଇଛନ୍ତି । ସେ କହିଛନ୍ତି କି, ଏହା ଜନତାଙ୍କ ମତ ନୁହେଁ, କେଉଁଠି ନା କେଉଁଠି ମହାୟୁତି ଗଡବଡ କରିଛି । ସଂଜୟ ରାୱତଙ୍କ ଏଭଳି ବୟାନର ଜବାବ ରଖିଛନ୍ତି ବିଜେପି ନେତା ସୁଧାଂଶୁ ତ୍ରିବେଦୀ ସେ କହିଛନ୍ତି କି, ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟରେ ଆଗରେ ଚାଲିଛି ।