କନକ ବ୍ୟୁରୋ: ୨୬/୧୧ ମୁମ୍ବାଇ ଆକ୍ରମଣରେ ନିଜ ଜୀବନକୁ ବାଜି ଲଗାଇ ଆତଙ୍କୀ ଅଜମଲ କସାବ୍କୁ ଜୀବତ ଧରିଥିବା ସହିଦ ପୁଲିସ୍ କର୍ମୀ ତୁକାରାମ ଓମ୍ବଲେଙ୍କ ସମ୍ମାନରେ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ସହିଦ ତୁକାରାମଙ୍କ ସମ୍ମାନରେ ସତାରା ଜିଲ୍ଲାର ମୌଜେ କେଦାମ୍ବା ଗାଁରେ ତୁକାରାମଙ୍କ ଭବ୍ୟ ସ୍ମାରକୀ ନିର୍ମାଣ ହେବାକୁ ଯାଉଛି, ଯାହା ପାଇଁ ୧୩.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ମାରକୀ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ।
କିଏ ଏହି ତୁକାରାମ ?
୨୬/୧୧ ମୁମ୍ବାଇ ଆକ୍ରମଣରେ ମୁମ୍ବାଇ ପୋଲିସ୍ର ଟାଣୁଆ ଅଫିସର ତୁକାରାମ ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀ କସାବ ବୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୬ ନଭେମ୍ବର ୨୦୦୮ର ରାତିରେ ମୁମ୍ବାଇ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୧୬୬ ଲୋକଙ୍କ ମୃତ୍ୟୃ ହୋଇଥିଲା ଏବଂ ଶହ ଶହ ଗୁରୁତର ହୋଇଥିଲେ। ଏହି ଆକ୍ରମଣ କରିବାକୁ ଆସିଥିବା ୧୦ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରୁ କେବଳ ଅଜମଲ କସାବକୁ ଜୀବିତ ଧରାଯାଇଥିଲା । କସାବକୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ତୁକାରାମ ଓମ୍ବଲେ । ଆଜି ବି ମୁମ୍ବାଇ ଆକ୍ରମଣ କଥା ଭାବିଲେ ମନରେ ଆସିଯାଏ ତାଜ୍ ହୋଟେଲରେ ହୋଇଥିବା ସେହି ଭୟଙ୍କର ବିସ୍ଫୋରଣ କଥା ।